News
WhatsApp Image 2023-10-04 at 17.25.00
samparksetu

ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ବିହୀନ ଚିତ୍ର କୁ ନେଇ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପ୍ରତିବାଦ

ଢେଙ୍କାନାଳ ଜିଲ୍ଲା ର ସଦର ମହକୁମା ରେ ଏକ ପ୍ରମୂଖ ସ୍ଥାନ ଗାନ୍ଧୀ ପାର୍କ |ଏହି ପାର୍କ ରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି |ଉକ୍ତ ଗାନ୍ଧୀ ପାର୍କ ଟି ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଏବଂ ଢେଙ୍କାନାଳ ଉପଜିଲ୍ଲାପାଳ ଙ୍କ ସରକାରୀ ବାସଭବନ ସାମ୍ନାରେ ଅବସ୍ଥିତ |ଦୈନିକ ହଜାର ହଜାର ଲୋକ ଏହି ପାର୍କ ସଂଲଗ୍ନ ରାସ୍ତା ରେ ଢେଙ୍କାନାଳ, ଅନୁଗୁଳ ସମ୍ବଲପୁର ଆଦି ଜାଗାକୁ ଯାଆନ୍ତି |ଜିଲ୍ଲା ର ସଦର କୋର୍ଟ କୁ ଯିବା ପାଇଁ ଉକ୍ତ ପାର୍କ ସଂଲଗ୍ନ ରାସ୍ତାରେ ଜିଲ୍ଲା ର ସମସ୍ତ ବିଚାର ପତି, ଓକିଲ, ମହକିଲ ଯିବା ଆସିବା କରିଥାନ୍ତି ।

ଉକ୍ତ ପାର୍କଟିକୁ ଅଧିକ ସୁନ୍ଦର କରିବା କୁ ଢେଙ୍କାନାଳ ମୁନିସିପାଲିଟି ତତ୍ୱାବଧାନ ରେ ପାର୍କ ର ପ୍ରାଚୀର କୁ ସୁନ୍ଦର ଚିତ୍ର ରେ ଚିତ୍ରିତ କରିବା ସହ ରଙ୍ଗ ବେରଙ୍ଗ ର ଆଲୋକ ଲଗେଇ ସନ୍ଧ୍ୟା ସମୟରେ ଉକ୍ତ ପାର୍କ ଟିକୁ ଆକର୍ଷଣୀୟ କରିପାରିଛନ୍ତି |
ଉକ୍ତ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ସମୟରେ ଫୁଲମାଳ ଦେଇ ଥାନ୍ତି |

ମାତ୍ର ଦୁଃଖ ର ବିଷୟ ଏହି ଯେ ଏବେ ଉକ୍ତ ପାର୍କ ର ପ୍ରାଚୀର ରେ ମହାତ୍ମା ଗାନ୍ଧୀ ଙ୍କ ର ଏକ ମୁଣ୍ଡ ବିହୀନ ଅର୍ଦ୍ଧ ଅଙ୍କିତ ଚିତ୍ର ଦୃଷ୍ଟି ଗୋଚର ହେଇଛି ।

ଯାହାକୁ ନେଇ ପତିବାଦ କରିଛି ଢେଙ୍କାନାଳ ଥିଙ୍କର୍ସ ଫୋରମ । ଫୋରମ ର ସଦସ୍ୟ ମାନେ ଗାନ୍ଧିଜୀ ଙ୍କ ର ଉକ୍ତ ଅର୍ଦ୍ଧ ଅଙ୍କିତ ଚିତ୍ର ଟି ଜାତି ର ଜନକ ଙ୍କ ପ୍ରତି ଅସମ୍ମାନ ର ବାର୍ତ୍ତା ଦେଉଛି ଏବଂ ଏହା ଆଇନ ବିରୁଦ୍ଧ ବୋଲି ବିବେଚନା କରି ଫୋରମ ର ସଦସ୍ୟ ଆଡ଼ଭୋକେଟ ପ୍ରକାଶ ରାଉତ ଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦେଇ ତୁରନ୍ତ ଗାନ୍ଧିଜୀ ଙ୍କ ର ଅର୍ଦ୍ଧ ଅଙ୍କିତ ଚିତ୍ର ଟି ହଟେଇ ଉକ୍ତ ସ୍ଥାନରେ ଗାନ୍ଧିଜୀ ଙ୍କ ର ଏକ ପୂର୍ଣ୍ଣ ଚିତ୍ର ଅଙ୍କନ ପାଇଁ ଦାବୀ ଜଣେଇ ଛନ୍ତି ।

new life
You might also like
error: Content is protected !!