News
WhatsApp Image 2023-10-04 at 17.25.00
samparksetu

ଜାତୀୟ ପାଠ୍ୟକ୍ରମ ଆଧାର ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି.), ନୂଆଦିଲ୍ଲୀ ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ. ସି. ଇ.ଆର. ଟି) , ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଜାତୀୟ ପାଠ୍ୟକ୍ରମ ଆଧାର ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ପରାମର୍ଶ (ଡି.ଏଲ. ସି.) କାର୍ଯ୍ୟକ୍ରମ ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡି. ଆଇ. ଇ. ଟି)ଢେଙ୍କାନାଳରେ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଏସ. ସି. ଇ. ଆର. ଟି.ର ନିର୍ଦ୍ଦେଶକ ସନତ କୁମାର ମହାନ୍ତି ଉଦଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରିଜିଅନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ (ଆର. ଆଇ. ଇ.), ଭୁବନେଶ୍ବରର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ପ୍ରଫେସର ବି. ପି. ଭରଦ୍ବାଜ, ଏନ. ସି. ଇ. ଆର. ଟି , ନୂଆଦିଲ୍ଲୀ, ପ୍ରଫେସର ଲକ୍ଷ୍ମୀଧର ବେହେରା, ଆର. ଆଇ. ଇ, ଭୁବନେଶ୍ବର, ଡଃ. ପ୍ରଶାନ୍ତ ରଥ, ଡେପୁଟି ଡିରେକଟର, ଏସ. ସି. ଇ. ଆର.ଟି,ଓଡ଼ିଶା, ଭୁବନେଶ୍ୱର,ଦିଲ୍ଲୀପ କୁମାର ସାହୁ, ସହ ନିର୍ଦ୍ଦେଶକ, ଏସ. ସି.ଇ. ଆର. ଟି, ଓଡିଶା, ଭୁବନେଶ୍ବର ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ବାବଦରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦବୋଧନ ଦେଇଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଓ ଜିଲ୍ଲାସ୍ତରରୁ ଅନେକ ଶିକ୍ଷା ପ୍ରଶାସକ, ଶିକ୍ଷକ ପ୍ରଶିକ୍ଷକ /ପ୍ରଶିକ୍ଷିକା, ଶିକ୍ଷକ /ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ, ସଦସ୍ୟ, ଅଭିଭାବକ, ଛାତ୍ରଛାତ୍ରୀ, କେତେକ ଅର୍ଦ୍ଧସାକ୍ଷର ଓ ନିରକ୍ଷର ବ୍ୟକ୍ତିମାନଙ୍କ ଠାରୁ ପାଠ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ମତ ସଂଗ୍ରହ କରାଯାଇଥିଲା ।

ଢେଙ୍କାନାଳ  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ,ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ), ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ରାଧାଦେଈପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନବିହାରୀ ବାରିକଙ୍କ ସମେତ ଅନେକ ଶିକ୍ଷା ବିଭାଗର ଶିକ୍ଷାବିତ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି  ବିଦ୍ୟାଳୟ ଶିକ୍ଷା, ଶିକ୍ଷକ ଶିକ୍ଷା, ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା, ପ୍ରୌଢ଼ ଶିକ୍ଷା(ଆଡଲଟ ଏଜୁକେସନ), ଉପରେ ମତ ସଂଗ୍ରହ କରି ନିର୍ଯ୍ୟାସ ପ୍ରସ୍ତୁତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନା ନିମନ୍ତେ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ ,ପ୍ରଶିକ୍ଷିକା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

new life
You might also like
error: Content is protected !!