News
WhatsApp Image 2023-10-04 at 17.25.00
samparksetu

ରମେଶ ସ୍ୱାଇଁ ର୍ କାମାକ୍ଷାନଗର ସ୍ଥିତ କ୍ଲିନିକ ରେ ଚଢାଉ, କେଳେଙ୍କାରୀ ର ଖିଅ ଖୋଜୁଛି ପିଙ୍କ ଟିମ୍

ଠକ ଡାକ୍ତର ରମେଶ ସ୍ୱାଇଁ କେନ୍ଦ୍ରାପଡ଼ା ରୁ ଆସି କାମାକ୍ଷାନଗର ରେ ଘର ଭଡା ନେଇ ପ୍ରଥମେ ଏକ କ୍ଲିନିକ ଖୋଲିଥିଲା ସେ ତାକୁ ପ୍ରାୟ ୨୦ ବର୍ଷ କାଳ ଚଳାଇଥିବାବେଳେ ବହୁ ଜୀବନ ଓ ଅଙ୍ଗ କାଢି ନେଇଥିବା କଥା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି ।

ଏଠାରେ ୨୦ବର୍ଷ କାଳ ରହିବା ମଧ୍ୟରେ ପୋଷ୍ଟ ଅଫିସ ନିକଟରେ ଜାଗା କିଣି ଏକ ବିଶାଳ କାୟ ପ୍ରସାଦ ମଧ୍ଯ ଠିଆ କରିଥିଲା । ସେଠାରେ ତାର ସ୍ତ୍ରୀ ଓ ଦୁଇ ଝିଅ ଓ ପୁଅ ରହୁଥିଲେ ବୋଲି ସୂଚନା ମିଳୁଛି । ଆଜି ପିଙ୍କ ଟିମ୍ ତାର ବାସଭବନରେ ରେ ଚଢ଼ାଉ କରି ବହୁତ ଗୁତୁତ୍ତ୍ଵ ପୂର୍ଣ୍ଣ ତଥ୍ୟ ଓ କାଗଜ ପତ୍ର ହାସଲ କରିଛି ।

ଲୋକ ମାନଙ୍କ ଥଣ୍ଡା ଆଉ କାଶ ଭଲ କରି ସେ ଲୋକ ମାନଙ୍କର ବିଶ୍ବାସ ଜିତି ଯାଇଥିଲା କିଛି ଦିନ ମଧ୍ୟରେ ପରେ ଅଙ୍ଗ କାଢି ନେଇ ବିକ୍ରି ଆରମ୍ଭ କରିଦେଇ ଥିଲା ବୋଲି ଜଣା ପଡିଚି ଓ ଭୁଲ ଚିକିତ୍ସା ରେ ବହୁତ ଲୋକଙ୍କର ଜୀବନ ନେଇ ଥିବା କଥା ପଦାକୁ ଧୀରେ ଧୀରେ ଆସିବାରେ ଲାଗିଛି ।

ତାର ମୁଖ୍ୟ ଟାର୍ଗେଟ କାମାକ୍ଷାନଗର ଓ କଙ୍କଡ଼ାହାଡ଼ ର୍ ଗାଉଁଲି ଓ ଆଦିବାସୀ ଲୋକ ଥିଲେ ବୋଲି ଜଣା ପଡିଛି lଏବେ ତାର ଘରେ କେହି ରହୁ ନ୍ ଥିବା ବେଳେ କେବେଳ ତାରା କେୟାର ଟେକର ରହୁଚି ଏକ୍ସରେ ମେଶିନ ପକାଇ ବ୍ୟାପାର କରୁଥିବା ର ଜଣା ପଡିଚି ଓ ତାକୁ ପୁଲିସ ଟିମ୍ ଅଧିକ ତଥ୍ଯ ହାସଲ କରିବା ପାଇଁ ମାରାଥନ୍ ଜେରା କରିଥିବା ର ଜଣାପଡିଚି ।

ତାର ପୁଅ ଓ ଝିଅ ଡାକ୍ତର ଥିବା କଥା ଜଣା ପଡିଲା ପରେ ସେମାନେ କୋଉଠୁ ଡାକ୍ତରୀ ପାଠ ପଡ଼ିଛନ୍ତି ଓ କୋଉଠି ସେମାନେ କାଯ୍ୟ ରତ ତାହା ପୋଲିସ ସତ୍ୟାତା ଜାଣିବା ପାଇଁ ଖୋଜ୍ ଚଳାଇଥିବାର ଜଣାପଡିଚି ।କଙ୍କଡ଼ାହାଡ଼ ରୁ କାଠ ତସ୍କର କଥା ମଧ୍ୟ ପାଦରେ ପଡିବାରେ ଲାଗିଛ ।ବର୍ତ୍ତମାନ୍ ପୋଲିସ ଦୁଇଟି ପର୍ଯ୍ୟାୟରେ ୮ ଦିନ ରିମାଣ୍ଡରେ ଆଣି ତାକୁ ମାରାଥନ୍ ଜେରା କରୁଛି । ତାର କଳା ସାମ୍ରାଜ୍ଯ କୁ ପୋଲିସ୍ ଭେଦ କରିବାରେ କେତେ ଦୂର ସଫଳ ହଉଚି ପରେ ଜଣା ପଡିବ ।

new life
You might also like
error: Content is protected !!