News
WhatsApp Image 2023-10-04 at 17.25.00
samparksetu

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗୋବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ।

ଏଥିରେ ମୁଖ୍ୟ ଅତିଥି ଭାବେ ବାମ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଫକୀରମୋହନ ମହାନ୍ତ, ବନଦୁର୍ଗା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ମହାନ୍ତ, ସମାକୁଦ ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟାଧର ସାହୁ ଓ ମୁଖ୍ୟ ଵକ୍ତା ଭାବରେ ମହାପାଟ ଉଚ୍ଚ ବିଦ୍ୟାଳୟ ରାଣିବେଡା ର ଶିକ୍ଷକ ଶ୍ରୀଯୁକ୍ତ ଲୋଚନ ମହାନ୍ତ ପ୍ରମୁଖ ମଞ୍ଚାସୀନ ରହି ପ୍ରଧାନ ଶିକ୍ଷକଙ୍କ ମନୋଭାବ ଉପରେ ବଖଣିବା ସହିତ ସେ ଜଣେ ମେଳାପୀ ଓ ଛାତ୍ର ବତ୍ସଳ କହିବା ସହିତ ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।

ଡୋଳିଆ ଗ୍ରାମବାସୀ ଙ୍କ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ବ୍ୟକ୍ତିଗତ ଭାବେ ପୁରାତନ ଛାତ୍ର ଓ ଗ୍ରାମବାସୀ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଉପହାର ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଅବସର ପରେ ମଧ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ପ୍ରଦାନରେ ବ୍ରତୀ ରହିବେ କହିଥିଲେ ଓ ଛାତ୍ର ଛାତ୍ରୀ ଙ୍କ ପାଇଁ ମଙ୍ଗଳ ମନାସି ଥିଲେ। ସମ୍ବର୍ଦ୍ଧନା ସଭା ସରିବା ପରେ ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନଙ୍କୁ ତାଙ୍କ ମହୁଳପଙ୍ଖା (ବାଲେଶ୍ଵର) ବାସଭବନ ପର୍ଯ୍ୟନ୍ତ ନେଇ ଛାଡିଥିଲେ।

new life
You might also like
error: Content is protected !!