News
WhatsApp Image 2023-10-04 at 17.25.00
samparksetu

ଦାବି ପୂରଣ ନହେଲେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଅସହଯୋଗ ନିଷ୍ପତି

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ଡ୍ରାଇଭର ମହାସଙ୍ଘର ଦାବି ପୂରଣ ପାଇଁ ସଙ୍ଘ ତରଫରୁ ଦଣ୍ଡବତ ପ୍ରତିବାଦ ସହିତ ଶହ ଶହ ଡ୍ରାଇଭର ନବୀନ ନିବାସ ଅଭିମୂଖେ ଯାତ୍ରା କରିଛନ୍ତି ।ସରକାର ଦାବି ପୂରଣ ନକଲେ ଡ୍ରାଇଭର ମାନେ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।ଡ୍ରାଇଭର ମାନଙ୍କୁ ସୁରକ୍ଷା ସହିତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦୀର୍ଘ ଦିନ ହେବ ପ୍ରତିବାଦ ଏବଂ ଆନ୍ଦୋଳନ ଜାରି ରହିଛି । କିନ୍ତୁ ସରକାର ଦାବି ପୂରଣ ନକରିବାରୁ ସଙ୍ଘ ତରଫରୁ ଅଭିନବ ଉପାୟରେ ପଦକ୍ଷେପ ଗ୍ରହଣ କରାଯାଇଛି । ଦଣ୍ଡବତ ପ୍ରତିବାଦ ସହିତ ସମ୍ବଲପୁର ସମଲେଇ ମନ୍ଦିରରୁ ଦଣ୍ଡବତ ପ୍ରଣାମ ପ୍ରତିବାଦ ଯାତ୍ରା ଆରମ୍ଭ କରିବା ସହିତ ଡ୍ରାଇଭର ମାନେ ଭୁବନେଶ୍ୱର ଯାତ୍ରା କରିଛନ୍ତି ।

ଡ୍ରାଇଭର ମାନଙ୍କ ଦାବି ଅନୁସାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା ସହିତ ଦୁର୍ଘଟଣାରେ ଅକମର୍ଣ୍ୟ ହେଉଥିବା ଡ୍ରାଇଭର ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା,ଚିକିତ୍ସା ପାଇଁ ୫ଲକ୍ଷ,୫୫ ବର୍ଷ ବୟସରେ ପେନସନ ପ୍ରଦାନ,ସାମାଜିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା,ପାର୍କିଂ ଏବଂ ବିଶ୍ରାମ ପାଇଁ ବିଶ୍ରାମାଗାର,ଶୌଚାଳୟ ସ୍ଥାପନ,ପ୍ରଶାସନ ତରଫରୁ ଡ୍ରାଇଭର ମାନଙ୍କୁ ଅଯଥାରେ ହଇରାଣ କରାନଯିବା,ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବିକାଶ,ଲାଇସେନ୍ସ ଫି ହ୍ରାସ କରାଯିବା ସହିତ ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ଜିଲ୍ଲା ସଭାପତି ନରୋତ୍ତମ ବେହେରା ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଥିବା ବେଳେ ଦାବି ପୂରଣ ନହେଲେ ରାଜ୍ୟରେ ଥିବା ୫୦ ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ସହିତ ଗାଡି ଚଳାଚଳ ସମ୍ପୂର୍ଣ୍ଣଭାବରେ ବନ୍ଦ କରିବାକୁ କହିଥିଲେ । ଆବଶ୍ୟକହେଲେ ସମସ୍ତ ସରକାରୀ କାର୍ଯ୍ୟରେ ପଞ୍ଚାୟତ ଏବଂ ଜିଲ୍ଲା ସ୍ତରରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!