News
WhatsApp Image 2023-10-04 at 17.25.00
samparksetu

ପାଖେଇ ଆସୁଛି ନିର୍ବାଚନ, ଉପର ମୁହାଁ ନିର୍ବାଚନ ଜନିତ ହିଂସା

ପାଖେଇ ଆସୁଛି ପୋୖର ନିର୍ବାଚନ, ଗ୍ରାମାଞ୍ଚଳରେ ଚାଲିଛି ଜୋର ପ୍ରଚାର । କିଏ ହାତ ଯୋଡୁଛି ତ କିଏ ଭୋଟରଙ୍କ ସହ ପଖାଳ ଖାଉଛି ତ କିଏ ମୁଣ୍ଡ ରେ ହାତ ଛୁଆଇଁ ରାଣ ନିୟମ ପକାଉଛି ବିଭିନ୍ନ ଅଞ୍ଚଳ ରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଉପର ମୁହାଁ ନିର୍ବାଚନ ଜନିତ ହିଂସା । ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ନିର୍ବାଚନ ଜନିତ ହିଂସା ଦେଖା ଦେଇଛି । ବିଗତ ଏକ ମାସ ମଧ୍ୟରେ ଅନେକ ଅଭାବନୀୟ ଘଟଣା ଜିଲ୍ଲାରେ ଦେଖା ଦେଇଛି ।

ସଦର ଥାନା ଅନ୍ତର୍ଗତ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ପୁସିଂ କାର୍ଡ ଛପାଇବାକୁ ଯାଇ ୩ ଫେବ୍ରୁଆରୀ ଦିନ ନିଖୋଜ ଥିବା ବେଳେ ପରେପରେ ଭାପୁର ନିକଟରୁ ଉଦ୍ଧାର କରି ପୋଲିସ ପଚରା ଉଚୁରା କରିଥିଲେ । ସେହିପରି ଗତକାଲି ୧୩ ଫେବ୍ରୁଆରୀ ଦିନ ଓଡ଼ାପଡା ବ୍ଲକ ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଘୋଡାଡିଆଁ ଛକରେ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିବାର ନୃସିଂହ ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଘଟଣା ନେଇ ମୋଟଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ କୌଣସି ଅପଡ଼େଟ ଆମର ହାତକୁ ଆସିପାରି ନାହିଁ ।

ଅନ୍ୟପଟେ ମୋଟଙ୍ଗା ଥାନା ବଦାଳୋ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକଙ୍କୁ ଶନିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି କରାଯାଇଛି , ଏ ନେଇ ମୋଟଙ୍ଗା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେହିପରି ଆଜି ସକାଳୁ ସଦର ଥାନା ନାଗିଆପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣକୁମାରପୁର ଗ୍ରାମର ବୃଦ୍ଧା ଶୈଳବାଳା ସାମଲଙ୍କ ମୃତ୍ୟୁ ଘଟିଛି । ସରପଞ୍ଚ ଙ୍କ ପୁଅ ତାଙ୍କୁ ଗାଡି ଚଢାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ଶୈଳବାଳା ଙ୍କ ପରିବାର ସଦସ୍ୟ । ଘଟଣା ଟି ଏତେ ମାତ୍ରାରେ ଅସନ୍ତୋଷ ଧରିଥିଲା ଯେ ନ୍ୟାୟ ପାଇଁ ରାସ୍ତା ଉପରେ ଗ୍ରାମବାସୀ ଅଡି ବସିଥିଲେ । କୃଷ୍ଣକୁମାରପୁର ରୁ କପିଳାସ ରାସ୍ତାରେ ଚକା ଜାମ୍ ଦେଖା ଦେଇଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଁଚିବା ପରେ କ୍ଷତିପୂରଣ ସହ ସରପଞ୍ଚ ଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଥିଲେ ଗ୍ରାମବାସୀ । ଅନ୍ୟପଟେ ପୋଲିସ ଗାଡି ଜବତ କରିବା ସହ ସରପଞ୍ଚଙ୍କ ପୁଅକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି । ପରେପରେ ରାସ୍ତାରୋକ ହଟିବା ସହ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

ତେବେ ଏଭଳି ଘଟଣା ରୁ ଜିଲ୍ଲାରେ କେଉଁଠି ନା କେଉଁଠି ନିର୍ବାଚନ ଜନିତ ହିଂସା କୋହଳି ବାରେ ଲାଗିଛି । ଆଗ୍ନେୟ ଗିରି ପରି କେଉଁ ଠି ଲାଭା ବର୍ଷଣ ହେବ ଏନେଇ ଭୟରେ ବିଭିନ୍ନ ଗ୍ରାମ ବାସିନ୍ଦା । ଏଭଳି ମୁହୂର୍ତ୍ତରେ ପୋଲିସ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ହିଂସାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରୁଛି ପୋଲିସ ।

new life
You might also like
error: Content is protected !!