News
WhatsApp Image 2023-10-04 at 17.25.00
samparksetu

ତୃତୀୟ ଦିନରେ ୧ ହଜାର ୯୨୯ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ସର୍ବାଧିକ ୧ ହଜାର ୯୨୯ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ୨ଜଣ ଜିଲ୍ଲାପରିଷଦ,୫୩ଜଣ ସମିତି ସଭ୍ୟ,୬୪ଜଣ ସରପଞ୍ଚ ଏବଂ ୧୯୪ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୩୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି ଓଡାପଡା ବ୍ଲକରୁ ୨ଜଣ ଜିଲ୍ଲା ପରିଷଦ,୪୬ଜଣ ସମିତି ସଭ୍ୟ,୫୨ ଜଣ ସରପଞ୍ଚ ଏବଂ ୧୭୬ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୭୬ଜଣ ,ଗଁଦିଆ ବ୍ଲକରୁ ୨ ଜଣ ଜିଲ୍ଲା ପରିଷଦ ୩୮ଜଣ ସମିତି ସଭ୍ୟ,୪୮ ଜଣ ସରପଞ୍ଚ ଏବଂ ୨୦୭ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୯୫ ଜଣ ।

ହିନ୍ଦୋଳ ବ୍ଲକରୁ ୪ ଜଣ ଜିଲ୍ଲା ପରିଷଦ ୬୩ଜଣ ସମିତି ସଭ୍ୟ,୫୯ଜଣ ସରପଞ୍ଚ ଏବଂ ୧୯୪ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୩୨୦ ଜଣ ।

କାମାକ୍ଷାନଗର ବ୍ଲକରୁ ୯ଜଣ ଜିଲ୍ଲା ପରିଷଦ , ୩୬ ଜଣ ସମିତି ସଭ୍ୟ,୪୨ ଜଣ ସରପଞ୍ଚ ଏବଂ ୧୨୮ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୧୫ ଜଣ।

ଭୁବନ ବ୍ଲକରୁ ୧୦ ଜଣ ଜିଲ୍ଲା ପରିଷଦ ୨୨ ଜଣ ସମିତି ସଭ୍ୟ,୧୯ଜଣ ସରପଞ୍ଚ ଏବଂ ୧୧୭ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୬୮ ଜଣ । ପରଜଙ୍ଗ ବ୍ଲକରୁ ୨୫ଜଣ ସମିତି ସଭ୍ୟ,୪୧ଜଣ ସରପଞ୍ଚ ଏବଂ୧୪୭ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୧୩ ଜଣ ,କଙ୍କଡାହାଡ ବ୍ଲକରୁ ୨ଜଣ ଜିଲ୍ଲା ପରିଷଦ ୧୬ ଜଣ ସମିତି ସଭ୍ୟ ୨୯ ଜଣ ସରପଞ୍ଚ ଏବଂ ୮୨ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୨୯ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ମୋଟ ୧ ହଜାର ୯୨୯ ଜଣ ୱାର୍ଡମେମ୍ବର,୩୫୪ ଜଣ ସରପଞ୍ଚ,୨୯୯ ଜଣ ସମିତି ସଭ୍ୟ ଏବଂ ୩୧ ଜଣ ଜିଲ୍ଳାପରିଷଦ ସଭ୍ୟ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

new life
You might also like
error: Content is protected !!