News
WhatsApp Image 2023-10-04 at 17.25.00
samparksetu

ପାନୁଆଙ୍କୁ ରୋକିବାକୁ ଜଗନ୍ନାଥ ମୂର୍ତ୍ତିଙ୍କ ବ୍ୟବହାର,
ଅସନ୍ତୋଷ ଜାହିର କଲେ ଜଗନ୍ନାଥ ପ୍ରେମୀ

ସୂଚନା ଅନୁଯାୟୀ ଦୃଶ୍ୟ ଟି ହେଉଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦୃଶ୍ୟ । ଅଫିସ କୁ ଆସୁଥିବା ବ୍ୟକ୍ତି ହୁଅନ୍ତୁ ବା ଅଫିସ କର୍ମଚାରୀ ଏକ କାଁଥ ରେ ପାନ ପିକ ପକାଇଥିବାରୁ ଏହା ଏକ ଅସ୍ବଛ ବାତାବରଣ ସୃଷ୍ଟି କରୁଥିଲା । ତେବେ ଏହାକୁ ରୋକିବାକୁ ସେଠାରେ ଜଗତର ନାଥ ଜଗନ୍ନାଥ ଙ୍କ ମୂର୍ତ୍ତି କୁ ରଖାଯାଇଛି ତାହାପୁଣି ମଳିନ ଅବସ୍ଥାରେ ।

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବାବା ଚନ୍ଦ୍ରଶେଖରଙ୍କ ନାମ ଭୁଲ ଲେଖି ବିଭିନ୍ନ ସମାଲୋଚନା ହୋଇଥିବା ଘଟଣା ଶୀତଳ ନ ପଡୁନୁ ଏବେ ଜଗନ୍ନାଥ ଙ୍କ ଏଭଳି ବ୍ୟବହାର ଶତାଧିକ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଜାହିର କରିଛନ୍ତି । ଅନ୍ୟପଟେ ଏଭଳି ଘଟଣା କୁ ବୁଦ୍ଧିଯିବି ମହଲରେ ତୀବ୍ରନିନ୍ଦା ଦେଖୀବାକୁ ମିଳିଛି । ଯଦି କ୍ୟାମେରା ଆଧାରରେ ସାଧାରଣ ଜନତାଙ୍କ ଚାଲାଣ କଟୁଛି ସେହି ସ୍ଥାନରେ ସିସିଟିଭି ସ୍ଥାପନ କରି ସେହି ଆଧାରରେ ପାନଛେପ ପକାଉଥିବା ଅଫିସ କର୍ମଚାରୀ ଏବଂ ଭିଜିଟରଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇପାରିବ ବୋଲି ମତ ରଖିଛନ୍ତି ।

new life
You might also like
error: Content is protected !!