News
WhatsApp Image 2023-10-04 at 17.25.00
samparksetu

ବନ୍ଧୁତ୍ବପୂର୍ଣ୍ଣ ଫୁଟୁବଲ ଖେଳ ରେ ଦାଣ୍ଡିମାଳ ଫୁଟବଲ କ୍ଳବ୍ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଫୁଟବଲ ପଡିଆରେ ସଦାଶିବପୁର୍ ଫୁଟବଲ କ୍ଳବ୍ ତଥା ଦାଣ୍ଡିମାଳ ଫୁଟବଲ କ୍ଲବ୍ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଭାଗ ରେ ସଦାଶିବପୁର୍ ଫୁଟବଲ କ୍ଲବ୍ ପକ୍ଷରୁ ଚଗଲି ଗୋଟିଏ ଗୋଲ୍ ସ୍କୋର କରିଥିଲେ ଅଵଂ ଦ୍ଵିତୀୟ ଭାଗରେ ଦାଣ୍ଡିମାଳ ଫୁଟବଲ କ୍ଲବ୍ ପକ୍ଷରୁ ଦଳର ଅଧିନାୟକ ନାଗା ଦୁଇଟି ଗୋଲ୍ ସ୍କୋର କରି ଦଳକୁ ବିଜୟ ମୁଖକୁ ଅଗ୍ରସର କରିଥିଲେ ।

ଫଳତଃ ଦାଣ୍ଡିମାଳ ଫୁଟବଲ୍ କ୍ଲବ୍ ୨-୧ରେ ବିଜୟୀ ହୋଇଥିଲା। ଖେଳ ପରିଚାଳକ ଭାବେ ଢେଙ୍କାନଳ ସୁପ୍ରସିଦ୍ଧ ଫୁଟବଲ ଖେଳ ପରିଚାଳକ ଗଙ୍ଗାଧର ରାଉତ ଖେଳ ପରିଚାଳନା କରିଥିଲେ।

new life
You might also like
error: Content is protected !!