News
WhatsApp Image 2023-10-04 at 17.25.00
samparksetu

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଚକ୍ଷୁ ପରୀକ୍ଷଣ ଶିବିର

ଢେଙ୍କାନାଳ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ପରୀକ୍ଷଣ ଶିବିର ତା 24/09/2022 ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଏହି ପରୀକ୍ଷଣ ଶିବିର କୁ ବିଦ୍ୟାଳୟ ଡିରେକ୍ଟର ଶ୍ରୀଯୁକ୍ତ ସରୋଜକାନ୍ତ ଦାଶ ଉଦଘାଟନ କରି ଚକ୍ଷୁର ଯତ୍ନ ବିଷୟରେ ଆଲୋକପାତ କରିବା ସହ ନିରାମୟ ଦୃଷ୍ଟିଶକ୍ତି ନିମନ୍ତେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ଚକ୍ଷୁ ପରୀକ୍ଷଣ ଶିବିର ରେ ବିଦ୍ୟାଳୟର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀଙ୍କ ଅତ୍ୟାଧୁନିକ ପଦ୍ଧତି ରେ ଚକ୍ଷୁ ପରୀକ୍ଷଣ କରାଯାଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଏହି ଚକ୍ଷୁ ପରୀକ୍ଷଣ ଶିବିର ଅତ୍ୟନ୍ତ ସଫଳତା ର ସହ ସମ୍ପୂର୍ଣ୍ଣ ହୋଇଅଛି ।

ଏଥି ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟକୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପରୀକ୍ଷଣ ଶିବିର ଯୋଗୁଁ ପିଲାମାନେ ଉପକୃତ ହୋଇଥିବାରୁ ସେମାନଙ୍କ ପିତାମାତା ଓ ଅଭିଭାବକ ବୃନ୍ଦ ନିଜର ଖୁସି ବ୍ୟକ୍ତ କରି ସମ୍ପୃକ୍ତ ଚିକିତ୍ସକ ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

new life
You might also like
error: Content is protected !!