News
WhatsApp Image 2023-10-04 at 17.25.00
samparksetu

ଆହେ ଗୀତା ସ୍ରଷ୍ଟା ତୁମ ବହି ପୃଷ୍ଠା

ଆହେ ଗୀତା ସ୍ରଷ୍ଟା ତୁମ ବହି ପୃଷ୍ଠା
    ପ୍ରାତଃ ସ୍ମରଣୀୟ ଭକ୍ତି
ଦୁନିଆକୁ ଆଜି ବାରତା ଦେଇଛ
        ଶଦ୍ଦ କୋଷ ଭାଷା ପ°କ୍ତି।(୧)
ଭାଵର ଗୀତିକୁ ଆନନ୍ଦେ ତୋଳିଛ 
         ଶ୍ରୀଜଗନ୍ନାଥଙ୍କ ପାଦେ      
ଝଙ୍କଡ଼ ବାସିନୀ ମାଆ ସାରଳାଙ୍କ
       ଆଶୀର୍ବାଦ ସଦା ହୃଦେ।(୨)

ମା ସରସ୍ବତୀ ବିଜେ କରିଛନ୍ତି
           ଲେଖନୀରୁ ଯାଏ ଝରି 
ଆହା କି ସୁନ୍ଦର ଅତି ଚମତ୍କାର
         ବହିଟିରେ ହୁଏ ଝୁରି।(୩)
ଶିରୋନାମ ତୁମ ଅଳଙ୍କୃତ ହୁଏ
     ଶାଶ୍ବତ ଏ ଅନୁରାଗେ
ମହାଜାଗତିକ ପ୍ରୀତି ମୋହାଛନ୍ନ
       ପବନରେ ମଧୁହାସେ।(୪)

ମାୟା ମୃଗପଛେ ନିତି ମୁଁ ଧାଉଁଛି
       ଅଦୃଶ୍ୟ ମୋ ଅନୁଭଵ
ଆସିବକି ତୁମେ ମୋ ପ୍ରାଣକୁ ଛୁଇଁ
       ଏକା ତୋ ବନ୍ଧନେ ରଖ।(୫)
ମନ ମନ୍ଦିରରେ ଆସ ପ୍ରଭୁବାରେ
      ତୁମେ ଶ୍ରେଷ୍ଠ ଚିତ୍ରକର
ଅନୁଭବ ଏକ ଦିବ୍ୟସତ୍ତାର
       ତୁମେ ଓ ମୁଁ ର ଝର।(୬)

କବି କଳ୍ପନାର ତୁଳୀର ସ୍ପର୍ଶରେ
       ପୁଲକିତ ହେବ ଧରା
ଭାବର ଠାକୁର ମୁକ୍ତି ପଥ ପ୍ରଭୁ
        ତୁମ୍ଭେ ପ୍ରଭୁ କଳାପାରା (୭)
   ସେହି ବନ୍ଧନରେ ବାନ୍ଧିଦିଅ ମୋତେ
          ନିମିତ୍ତ ମୁଁ ଏକମାତ୍ର
    ଶ୍ରୀମଦ୍ ଗୀତାରୁ ପଦେ ଗୀତା ସ୍ରଷ୍ଟା
          ପ୍ରଭୁଙ୍କ ଦାନ ସର୍ବତ୍ର ।(୮)

    ଲଭୁ ଏ ଜୀବନ ଚିର ପ୍ରଶାନ୍ତିରେ
            ପଢ଼ନ୍ତୁ ପାଠକ ଗଣ
ତୁମେ ଦେଖାଇବ ମୁକତିର ପଥ 
         ଅରଜିବି କେଉଁ ପୂଣ୍ୟ।(୯)
    ପ୍ରାତଃ ସ୍ମରଣୀୟ ଭକ୍ତିର ଅର୍ଘ୍ୟରେ
            ଓଡ଼ିଆ ଭାଷାର ଲିପି
     ପଢିଲା ବେଳକୁ ହୃଦୟ ଥରଇ
            ଚକ୍ଷୁରେ ଲୋତକ ଚାପି।(୧୦)
 
ଏତିକି ଗୁହାରି ବିଭୁ ପାଦତଳେ
          ଛବି ରାମ କରେ ଅଳି
     ଗୀତା ସ୍ରଷ୍ଟାଙ୍କର  କବିତା ଲେଖନୀ
               କଳିଙ୍ଗରେ  ଯାଉ ଖେଳି।(୧୧)
    
               
✍️ଛବିରାମ ସେଠୀ , ବାରଙ୍ଗ
                         

new life
You might also like
error: Content is protected !!