ଜୀବନର ବାଟ ଅଁକା ବଙ୍କା ଏଠି
ଭରିଅଛି ଖାଲ ଖମା
ରାସ୍ତାକୁ ପରଖି ଚାଲ ପାଦ ଚାପି
ଦୁଃଖ ଆସିବନି ଜମା l
ସେ ଜୀବନ ପଥେ ଚାଲନ୍ତି ସମସ୍ତେ
ଜନ୍ମ ଲଭି ଏ ମରତେ
ଜୀବନର ରାସ୍ତା ଅଫେରା ଅବସ୍ଥା
କାଲି କଥା ସ୍ବପ୍ନ ସତେ l
ଜୀବନର ପ୍ରତି ମୁହୂର୍ତ୍ତଟି ଏଠି
ବଞ୍ଚ ଖୁସି ଆନନ୍ଦରେ
ଶୁଭେଚ୍ଛା ସକାଳୁ ମୋର ସମସ୍ତଙ୍କୁ
ଆଜି ଏ ଶୁଭ ବେଳାରେ l
✍️ସରୋଜ ସାହୁ