News
WhatsApp Image 2023-10-04 at 17.25.00
samparksetu

ବଳିରୁ କଳି

କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା !

ଏତେ ଗୁଡ଼ାଏ କଥା ଅବା କାହିଁକି ମହାପାତ୍ର ବାବୁ ଶୁଣିବେ କାନରେ ତ ଇଅର କଡ଼ ଲାଗିଛି ହାଇ ସାଉଣ୍ଡ ରେ ଗୀତ ଶୁଣୁଛନ୍ତି । ବାରଂବାର  ଏଇ କଥା ଶୁଣି କାନ ଦିଟା ଖରାପ ହେଇଗଲାଣି ।ଅସଲ ମଞ୍ଜି କଥା ଟା ନ ବୁଝି ଖାଲି ତାଙ୍କର ଜିଦି । ଜିଦି କହିଲେ ଗୁରୁବାରୀ ମାଡମ ,କଷ୍ଟମଷ୍ଟେ ଶ୍ରେଣୀ ପାଞ୍ଚ ପର୍ଯ୍ୟନ୍ତ ପଢ଼ା ପଢି କିନ୍ତୁ ସ୍ୱାମୀ ଜଣେ ଦକ୍ଷ ଅଫିସର ଏଇ ପାଖ ପୋଷ୍ଟ ଅଫିସ ରେ ଚାକିରୀ କରନ୍ତି । ଭାରି ଶିକ୍ଷିତ, ପାଞ୍ଚ ଖଣ୍ଡ ଗାଁରେ ସମସ୍ତେ ଜାଣନ୍ତି । ଭାରି ବାସ୍ତବ ବାଦୀ ମଣିଷ । ସହଜରେ କାହାକୁ ବିଶ୍ୱାସ କରନ୍ତିନି । ବିଜ୍ଞାନ ତାଙ୍କ ପାଇଁ ସବୁ କିଛି । କିନ୍ତୁ ମହାପାତ୍ର ବାବୁଙ୍କ ସିଏ ମାନେ ,ଗୁରୁବାରୀ ମାଡମ ଭାରି ପରମ୍ପରା ବାଦୀ ।

ବାର ମାସରେ ଛବିସି ପର୍ବ ପାଳନ୍ତି ସଭିଏ ତେରଟି ପାଳନ୍ତି lକେତେବେକେ କଣ ପିନ୍ଧି ଘରୁ ବାହାରିବ କେଉଁ ସମୟରେ ବାହାରିବା ଆଜି ଘରୁ ଗଲେ ଭଲ ନା ଖରାପ ହେବ ସେ ବିଷୟରେ ସବୁବେଳେ ସଜାଗ ଥାନ୍ତି ।ଏମିତି ଦିନେ ଗୁରୁବାର ମାଣ ବସାରେ ମହାପାତ୍ର ବାବୁଙ୍କୁ କିଛି ଭୋଗ ଜିନିଷ ଆଣିବାକୁ କହିଥିଲେ କିନ୍ତୁ ମହାପାତ୍ର ସବୁ ଭୋଗ ଜିନିଷ ଆଣିଲେ କିନ୍ତୁ ପିତଳ ମାଣ ଟିଏ ଆଣିବାକୁ ଭୁଲି ଯାଇଥିଲେ ଯଦିଓ ଘରେ ଷ୍ଟିଲ ମାଣ ଅଛି । ଏତିକି କଥାରେ ଗୁରୁବାରୀ ଙ୍କ ରାଗ ଯାଇ ପଞ୍ଚମ ରେ । ପ୍ରତି କଥାରେ ଆଧ୍ୟାତ୍ମିକ ହେବାଟା  ବେସି ଅଧିକ ହେଲା ଭଳି ଲାଗେ ।

ସାହି ଭିତରେ ଯାହାର ଯାହା ବି ଦେହ ଖରାପ ହଉ ଗୁରୁବରୀ ମାଡ଼ମଙ୍କ ଉପଦେଶ ଦେବା ଶୈଳୀ ଭାରି ନିଆରା । ଯଦି କାହାର ମୁଣ୍ଡ ନିୟମିତ ବ୍ୟବଧାନରେ ବିନ୍ଧୁ ଥାଏ ସେ ଡାକ୍ତର ଉପରେ ଭରସା ନକରି ,କହନ୍ତି ଷୋଳ ସୋମବାର କରୁନ ଦେହ ପୀଡା ଦୂର ହେବ ,ଜମାରୁ ମେଡିସିନି ରେ ଭଲ ହେବ ନାହିଁ ବୋଲି ଦାବି କରି ଆସିଛନ୍ତି ।

ଜିଦ କରିଥିବା କଥାଟି ହେଉଛି ମହାପତ୍ର ବାବୁଙ୍କ ପୁଅ ଅଭିମନ୍ୟୁର ର ବହୁ ଦିନ ଧରି ପେଟ ରୋଗ ସମସ୍ୟାରେ ପୀଡିତ ଅଛି ଅନେକ ଥର ମେଡିକାଲ ଯାଇ ପୁଅର ଦେହ ଦେଖାଇ ଆସିଛନ୍ତି କିନ୍ତୁ ବିଶେଷ କିଛି ଫଳ ମିଳି ନାହିଁ । ଏମିତିରେ ମେଡ଼ିସିନ ସମ୍ପୂର୍ଣ କୋର୍ସ କେବେ ସରେ ନାହିଁ ।
     
  ଏଇ କଥା କୁ ନେଇ ଗୁରୁବାରୀ ମାଡ଼ମ ଆଉ ମହାପାତ୍ର ବାବୁଙ୍କ ଝଗଡା ରିତିମତ ଚାଲିଥାଏ । କାରଣ ପୁଅ ଜନ୍ମ ହେଲା ବେଳେ ଗୁରୁବାରୀ ବନଚଣ୍ଡୀଙ୍କ ନିକଟରେ ଏକ ମାନସିକ ରଖିଥିଲେ ,ମାନସିକ ଏହା ଯେ ଗୋଟିଏ ବୋଦା (ଅଣ୍ଡିରା ଛେଳି ) ବଳି ଦେବେ । କିନ୍ତୁ ମହାପାତ୍ର ବାବୁ ବିଭିନ୍ନ ଆଳ ଦେଖାଇ ୟା ଭିତରେ ଦଶ ବର୍ଷ ବିତିଗଲାଣି ହେଲେ ନା ଛେଳି କିଣା ଗାଲା ନା ବଳି ଦିଆଗଲା । ଏଇ ଭିତରେ ପୁଅ ଦେହ ମଧ୍ୟ ଠିକ ହୋଇ ସାରିଥିଲା । ମଝିରେ ଅଭିମନ୍ୟୁ ବାନ୍ତି କରୁଥିବାର ଦେଖି ଛାନିଆ ,କଥା ପଚାରିବାରୁ ଯାଇ ବୁଝିଲେ ସକାଳୁ ଦୁଇ ଥର ଝାଡା ହୋଇ ପେଟ କାଟୁଛି ବୋଲି ଅଭିମନ୍ୟୁ କହିଲା ।ଏତିକି ଶୁଣି ପେଟ କଟିବାର କାରଣ କଣ ଖୋଜିବେ ରାଗ ଯାଇ ସିଧା ପଞ୍ଚମରେ !
   
ସେ କାରଣ ନେଇ ଗୁରୁବାରୀ ମାଡାମଙ୍କ ମନରେ ଭାରି ଆଶଙ୍କା ଓ ଭୟ ,ଏପରିକି ମା ବନଚଣ୍ଡୀ କୁଆଡେ ସପନେଇ ଗୁରୁବାରୀଙ୍କୁ କୁହନ୍ତି ।ବଳି ଦିଆ ଯାଇ ନାହିଁ ବୋଲି ପୁଅର ଏପରି ବେମାରି ବଢି ଚାଲିଛି ।ବାରମ୍ବାର ଲୋକଟା କୁ କହିଲେ କଣ ଲାଭ ! ଆସନ୍ତୁ ଆଜି
ମୋହାପାତ୍ର ବାବୁ ରାତିରେ ବିଳମ୍ବ ପହଂଚି ଚୁପ କରି ବେଡ଼ରେ ବସିପଡିଲେ। ହେଲେ ଗୁରୁବାରୀଙ୍କ ହୃଦ ସ୍ପନ୍ଦନ ଅଧିକା ହେଉଥିବା ଜାଣି ବୁଝିଗଲେ ଖାଇବାକୁ ମାଗିବା ଅପେକ୍ଷା ଶୋଇଇଯିବା ଭଲ ନହେଲେ ଗାଳି ନାମକ ଗରିଷ୍ଠ ଆହାର ଖାଇ ପେଟ ଫୁଲ ହୋଇଯିବ  ଭାବି ଶୋଇଗଲେ ,ନିଦ ହୋଇଛି କି ନାହିଁ ଆରମ୍ଭ କଲେ ଗୁରୁବାରୀ ମୋତେ କାହିଁ ବିଶ୍ୱାସ ହେଉନି ଆମ ମା ପୁଅ ତୁମ ନିଜର ବୋଲି ବାହାରେ କଉଠି କାହାକୁ ରଖିଲଣି ନା କଣ ବା ? ପୁଅ ଦେହ ପୂର୍ବ ଭଳି ଖରାପ ହେଲାଣି ହେଲେ କେତେ ଥର କହିଲିଣି ବନ ଚଣ୍ଡୀଙ୍କ ନିକଟରେ ମାନସିକ କରିଥିବା ବୋଦାଟା ବଳି ଦିଆଯାଇ ନାହିଁ ବୋଲି ଏତେ ସବୁ ଘଟଣା ଘଟୁଛି ଆଜି ପୁଅ ଦେହ ଖରାପ ହେଇଛି କାଲି ତୁମର ହେବ ଏମିତି ମୁଁ ମାନସିକ କରିଛି ମୋର ବି ଦେହ ଖରାପ ହେବ , ହଁ ମୁ ମରିଗଲେ ତୁମର କଣ ଅଛି ? ଏତେ ସବୁ ଶୁଣିଲା ପରେ ମହାପାତ୍ର ବାବୁ ଚୁପ ରହିଲେ ।

ତା ପର ସକାଳୁ ଗୁରୁବାରୀଙ୍କୁ ଶାନ୍ତ କରିବା  ଉଦ୍ଦେଶ୍ୟରେ
ମହାପାତ୍ର ବାବୁ କିଛି ଟଙ୍କା  ଦେଇ କହିଲେ ଏ ସବୁ ଅନ୍ଧ ବିଶ୍ୱାସରେ ଅଯଥା ପଇସା ଖର୍ଚ୍ଚ କରିବା ଠିକ ନୁହଁ ଏଇ ନିଅ ଯାହା ଇଛା ସେଇଆ କର । ରାଗି ଯାଇ ବାହାରକୁ ଚାଲିଗଲେ ।ସେଇଠୁ ଯାଇ ଚାହା ଖଟିରେ ମନ ଦୁଃଖରେ ବସିଗଲେ । କିଛି କ୍ଷଣ ପରେ  ତାଙ୍କ ବନ୍ଧୁ ଅବିନାଶ ବାବୁ ଭେଟ ହେଲେ ଦୁଃଖର କାରଣ ପଚାରିବାରୁ ମହାପାତ୍ର ବାବୁ କହିଲେ ବାହା ହେବ ଯଦି ଉଚ୍ଚ ଶିକ୍ଷିତା ବାହା ହେବ ଏମିତି ଗାଉଁଲି ମୁର୍ଖକୁ ନୁହଁ ।

ଆହେ କଥା ଟା ଖୋଲି କି କହିଲେ ବୁଝିବା କଣ ହେଇଛି ?
ଆଛା କହିଲେ ଆପଣ ଠାକୁରାଣୀ ପାଖରେ ବଳି ଦେଇ ଦେହ କଣ ଭଲ ହୁଏ ନା ରୋଗର କାରଣ ବୁଝି ଚିକିତ୍ସାରେ ରହିଲେ ? ତୁମ ଭାଉଜଙ୍କ ଗୋଟେ ଜିଦି ପୁଅ ଦେହ ଭଲ ପାଇଁ ବନ ଚଣ୍ଡୀଙ୍କ ନିକଟରେ ବଳି ଦେବ କୋଡ଼ିଏ ତିରିଶି ହଜାର ଖର୍ଚ୍ଚ କରିବେ ଏଇଟା କଣ ଠିକ ? ଜମା ଠିକ ନୁହେଁ  ଅବିନାଶ କହିଲେ ,ବୁଝିଲେ ମହାପାତ୍ର ବାବୁ ମଣିଷ ଅଳ୍ପ ବୁଦ୍ଧି ପାଇଁ ନିଜ କଥାରେ ଛନ୍ଦି ହୋଇ ପଡେ । ତା ପରେ କେଉଁ ବନ ଚଣ୍ଡି କିମ୍ବା ଠାକୁର କେବେ ମାନସିକ କର ବୋଲି ତ କୁହେ ନାହିଁ । ମଣିଷ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଆପଣା ଲୋକ ପାଇଁ ଏଭଳି ହୀନ ମାନସିକ କରି ଭଗବାନଙ୍କ ସହ ଡିଲ କରେ, କି ମୋ ପୁଅ କି ଝିଅ ର ଦେହ ଭଲ କରିଦେ ମୁ ତତେ ଗୋଟା ଗଞ୍ଜା କି ବୋଦା ବଳି ଦେବି  । ଯେ ସୃଷ୍ଟିର କର୍ତା ସେ କେବେ ଚାହିଁବେ କି ? ତାପରେ ଜଣେ ନିଷ୍ପାପ ଜୀବର ମୁଣ୍ଡ ଛେଦ କରି ଅତ୍ମୀୟର ସୁଖ କାମନା କରୁଥିବା ଲୋକ ମୂର୍ଖ ନୁହଁ ତ କଣ ? ନିଜର ହୀନ ମାନସିକ କଥାରେ ନିଜେ ଛନ୍ଦି ହୋଇ ଭୟ ଓ ଆଶଙ୍କା ଆଡକୁ ଗତି କରେ  କି ଗଞ୍ଜା ଟା କି ରକ୍ତ ଭୋଗ ଦେଇ ନାହିଁ ବୋଲି ବନ ଚଣ୍ଡି ଏପରି କରୁଛନ୍ତି !

ମାନସିକତାରେ ତ୍ରୁଟି ପାଇଁ ମଣିଷ ପଶୁତୁଲ୍ୟ ଆଚରଣ କରେ । ଝିଣ୍ଟିକା ମାରି ବଣି ପୋଷିବାରେ କି ଯଥାର୍ଥତା ? ଅସଲ କଥା ବୁଝିବା ପାଇଁ କେହି ରାଜି ନୁହଁନ୍ତି । ଆଧୁନିକତା ଭିତରେ ପରମ୍ପରାରେ ବିଶ୍ୱାସ ରଖୁଥିବା ଗୁରୁବାରୀ ଙ୍କ ଭଳି ଅନେକଙ୍କର ହୀନ ମାନସିକ ଓ ମାନସିକତା ର ଅନ୍ତ ଦ୍ବନ୍ଦର ଫଳାଫଳ ହେଉଛି ବଳି ।ଅବିନାଶ ବାବୁ ମୁଁ ସବୁ ବୁଝି ପାରିଛି ହେଲେ ସେ ପରା ବୁଝିନି ।ତାକୁ ବୁଝେଇବା କଷ୍ଟ ନୁହଁ ବହୁତ କଷ୍ଟ ବୁଝେଇକି ଥକି ଗଲିଣି । ଆରେ  ମୋ ମତରେ ଭଗବାନ ଙ୍କୁ ବିଶ୍ୱାସ ଓ ଭକ୍ତି କର ଢେର ସାରା ଭାବ ରହୁ । ହେଲେ ମୁଁ କେବେ ବିଶ୍ୱାସ କରେନି ଯେ ବନଚଣ୍ଡି ସ୍ୱପ୍ନରେ ବୋଦା କି ଗଞ୍ଜା କଞ୍ଚା ଖାଇବେ ,ଖାଇବେ ତ ନୁହଁ ରକ୍ତ ତାଙ୍କର ଆଉ ଯାହା ବଳିବ ସେ ଶୁଖିଲା ମର ଶରୀର ଭୋଗ ହିସାବରେ ଆମର । ତମେ ରକ୍ତ ନିଅ ଆଉ ମୋ ପିଲାର ଦେହ ଭଲ କର । ସିଧା ଭଗବାନଙ୍କ ସହ ଦେବା ନେବା କଥା ଭଳି ଲାଗେ । ଓଃ ରେ କଥା ଟା ଭାବିଲା ବେଳକୁ ନିଜକୁ ପାଗଳ ଲାଗୁଚି ,ପଇସା ଖର୍ଚ୍ଚ କରି ଅର୍ଥ ହାନି ସେପଟେ ଜୀବ ହତ୍ୟାର ମହାପାପ ଏପଟେ ଭଗବାନଙ୍କ ନିକଟରେ ରକ୍ତ ଚରିତ୍ର ରଚନା କରି ଆହୁରି ବଡ଼ ପାପୀର ଭାଗିଦାରୀ ହେବାର ଭୟ । ଅନ୍ୟପଟେ ଘରଣୀ କଥା ନମାନି ପ୍ରସ୍ତାବ କାର୍ଯ୍ୟକାରୀ ନକଲେ ସଂସାର ବିଗିଡି ଯାଇ ବନ୍ୟା ଆସିଯାଇ ଜୀବନକୁ ଛାର କରିବ ।

ଏମିତି ଭାବି ମୋହାପାତ୍ର ବାବୁ କହିଲେ ନା ନା ଅବିନାଶ ଆଜି ଘରକୁ ତୁମେ ଚାଲ ଏକାଠି ହୋଇ ଗୁରୁବାରୀଙ୍କୁ ବୁଝେଇ ଦବା …ତୁଠ ଅନେକ ହେଲେ ବି ପୋଖରୀ ଏକ ଆଉ ସେଇପରି ତୁମ ଚଣ୍ଡି ଦେବା ଦେବୀ ଅନେକ ହେଲେ ବି ସମସ୍ତ ସତା ସେଇ ଈଶ୍ୱର ହି ଜଣେ ମାତ୍ର ,ଆଉ ଭଗବାନ ରକ୍ତ ଲୋଭୀ ନୁହଁ ଭକ୍ତ ଲୋଭୀ ।ଏତେ କଥା ସରିଲା ବେଳକୁ ଚା ଥଣ୍ଡା ହୋଇଯାଇଥାଏ ।କେବଳ ଗୋଟିଏ ଜିନିଷ ଗରମ ଥିଲା ।ତାହା ହେଉଛି ମୋହାପାତ୍ରଙ୍କ ମୁଣ୍ଡ ।

✍️ଅଜିତ କୁମାର ଦାସ

new life
You might also like
error: Content is protected !!