News
WhatsApp Image 2023-10-04 at 17.25.00
samparksetu

ସଂକଳ୍ପରେ ଯିବା ଦିଘାର ସନ୍ଧାନେ

ବହୁଦିନୁ ହେଲା ମନ ବଳାଇଛୁ
        ଦେଖିବା ସମୁଦ୍ର ଭେଳା
“ସଂକଳ୍ପରେ” ଆଜି ବୁଲିଯାଉଅଛୁ
       ନୂତନ ବର୍ଷରେ ଲିଳା।(୧)
ଗଣେଶ୍ୱର ପାଖେ ଏତିକି ଗୁହାରି
         ନବ ଜ୍ୟୋତି ଦିଅ ଭରି
ଦିପ୍ତିରଞ୍ଜନର ସବିତାର ତୀରେ
        ପ୍ରଦୋଷରେ ନୀର ଝରି ।(୨)

ଶୁକ୍ଳା ବସନରେ  ‘ମା’ ସନ୍ତୋଷିନୀ
         ସରୋଜରେ ଆସେ ଫୁଟି
ଅଜୟ ର ଜୟ ବିପ୍ଳବର ନିଆଁ
      ମିକି ରୋସନୀର ଭେଟି (୩)
ରୋଜାଲିନ୍ ଭଳି ଚିନ୍ମୟ ପ୍ରଶାନ୍ତ
        ଅନୀଳର ଧୁଆଁ  ଧାରେ
ନବ ପ୍ରଭାତରେ ଅମୃତ ପ୍ରେମରେ 
     ସବ୍ୟସାଚୀ ଏକା  ଝୁରେ।(୪)

ଜଗନ୍ନାଥ ପ୍ରଭୁ ସାହାହୁଅ ତୁମେ  
          ସଂସାର ରକ୍ଷକ ମଣି
  ରାମଚନ୍ଦ୍ର ପ୍ରଭୁ ସୁଦୟା କରନ୍ତୁ       
          ଶୁଭ ପ୍ରଭାତର ବାଣୀ।(୫)
ସନ୍ତୋଷ ମନରେ ତପନ କିରଣେ
       ଶୁଭେନ୍ଦୁ ପାଖରେ ଅଳି।      
ସ୍ମୃତିର ସ°ନ୍ଧାନେ ସନାଭାଇ ବସି
        ସଂଗୀତ ଦିଅନ୍ତୁ ଢାଳି (୬)

ସତ୍ୟର ଜୟ ହେ ପ୍ରଭୁ ଲୋକନାଥ 
    ନୃସିଂହ ମୁଖକୁ ଚାହିଁ
ଶିବଙ୍କ କୃପାରୁ” ପଞ୍ଚଲିଙ୍ଗେଶ୍ଵର “
      ଦର୍ଶନ କରିବା  ତହିଁ।(୭)
ବିଷ୍ଣୁଙ୍କ ଦୟାରୁ ଗାଡିର ଗର୍ଜନେ
          ଆଗକୁ ଯାଉଛି ମାଡ଼ି
  ସଖା ଧନେଶ୍ଵର ପ୍ରଭୁ ଘନଶ୍ୟାମ
          ଧ୍ୟାନେ ବସିଛନ୍ତି ଯୋଡ଼ି (୮)                

ଆହେ ପ୍ରାଣକୃଷ୍ଣ ବିପ୍ରବର ସୁତ
        ତୁମ୍ଭେ ତ ଅକ୍ଷୟ ନେତ୍ର 
   ଛବିରେ ଆଙ୍କିବି ତୁମରି ରୂପକୁ
          ଅଲ୍ଲୀବାବୁ ପରି ମିତ ।(୯)
    ଦେଖା ଯାଉନାହିଁ ଅଭିନାଶ ମୁଖ
           ନାହିଁ ତ  କାହ୍ନୁର ସୂର 
      ସୋନାଲି ସୋନାଲି ହଳଦି ବାସ୍ନାରେ
              ଚହଟଇ  ବହୁ ଦୂର (୧୦)

ଆସ ଆମେ ସବୁ ଏକାଠି ହୋଇବା 
            ଦିଘା ସମୁଦ୍ରର କୋଳେ
  ସାରିତଳ କୂଳେ  ପାଇଜାମା ଖୋଲି
            ମଜିବାରେ ଖୁସି ମେଳେ।(୧୧)
ଖାଇବା ପିଇବା ଅଭାବ ହେବନି
          ଜଗିଛନ୍ତି ଲକ୍ଷ୍ମୀ ରହି  
ସୋମ ରସ ପିଇ ଆନନ୍ଦେ ନାଚିବା
            ଗଣ୍ଡଗୋଳ ହେବା ନାହିଁ।(୧୨)

ଏତିକି ଗୁହାରି ବିଭୁ ପାଦତଳେ
             ଆଶିଷ ଦିଅନ୍ତୁ ଭରି
ହେ ଭୋଳା ଶଙ୍କର ପଞ୍ଚଲିଙ୍ଗେଶ୍ଵର
        ପ୍ରଭୁ ତୁମ୍ଭେ ଜଟାଧାରୀ।(୧୩)
ଆନନ୍ଦେ ଫେରିବା ଭୋଜିଭାତ ସାରି
           ମନ  ପ୍ରଫୁଲରେ ନାଚି      
କର୍ମ କ୍ଷେତ୍ରେ ଆସି ଏକାଠି ହୋଇବା
            ସଂକଳ୍ପ ସେନେହ ପ୍ରୀତି। (୧୪)     
  
✍️ଛବିରାମ ସେଠୀ

new life
You might also like
error: Content is protected !!