ବହଳ ରାତିଟା
ଫିକା ପଡ଼ିଯିବ
ନିଦ ବିନା ଆଖି ହୁଳେଇ ପଡି
ସପନରେ କାଳେ
ଆସିଯିବ ଭାବି
ନିଶାଚରକୁ ତ ଧରେ ଜାବୁଡ଼ି l
ରାତି ଗଭୀରତା
ପ୍ରୀତି କି ବୁଝଇ
ଦେଇ ଜାଣେ ଖାଲି ବିରହ ଶୋକ
ପ୍ରେମ ଖସଡ଼ାରେ
କଚଡ଼ା ଖାଇଲେ
ବୁଝି ପାରେକି କେ ତାର ସନ୍ତାପ l
ଓଠେ ହସ ଦେଖି
ଭାବରେ ବିହ୍ଵଳ
ମାପିଛ କି କାହା ଲୁହ ଓଜନ
ଛାତି ତଳେ ଯେଉଁ
ମନଟା ଲୁଚିଛି
ଶୁଣିଛ କି କେବେ ତା ଧଡ଼କନ l
ମାୟା ମୃଗ ପଛେ
ସଭିଏଁ ବାଇଆ
ଆତ୍ମହରା ପରା କ୍ଷଣିକ ସୁଖେ
ସିନ୍ଦୁରା ଫିଟିବ
ପରଳ ହଟିବ
ମୁଣ୍ଡ ପିଟିହେବ ଜୀବନ ଦୁଃଖେ l
ଜୀବନ ଯାତ୍ରାରେ
ପର ଆପଣାର
ଅନୁଭବ ଯାହା ଦିଅଇ ଦୁଃଖ
କିଏ ଏଠି ସତ
ପୁଣି ଅବା ମିଛ
ଜାଣିବାଟା ଏତେ ନୁହେଁ ସହଜ l
ବିଶ୍ୱାସର ବିନା
ନିଶ୍ୱାସ ଅଧୁରା
ଜିଇଁକି ମରିବା ସହ ସମାନ
ଆଶା ପାଇଁ ଟିକେ
ଭରଷା ଜରୁରୀ
ନିଜେ ଜଗିଥିବ ନିଜ ସମ୍ମାନ l
✍️ସ୍ମୃତିସରିତା