News
WhatsApp Image 2023-10-04 at 17.25.00
samparksetu

ଅଚିହ୍ନା ନାୟିକା-୧

ତୁମେ ଥିଲ ସେହି ଅଚିହ୍ନା ବାଟର
ଜଣେ ଅଚିହ୍ନା ନାୟିକା,
ଯାହାଙ୍କ ସାଥିରେ ନିତିଦିନ ମୋର
ଅଜାଣତେ ହୁଏ ଦେଖା।

ଅନେକ ଦିନରୁ ତୁମକୁ ଦେଖୁଛି
ସେହି ଅଚିହ୍ନା ବାଟରେ,
ତୁମେ ଆସ ନିତି ସାଇକେଲ ଚଢ଼ି
ମୁଁ ଯାଏ ମୋ ବାଇକ୍-ରେ ।

ତୁମେ ଚାଲି ଯାଅ ତୁମରି ଘରକୁ
ମୁଁ ଯାଏ ମୋର କାମରେ,
ପଛକୁ ବୁଲି ତୁମେ କାଳେ ଚାହୁଁଛ
ଦୃଷ୍ଟି ରଖେ ଆଇନାରେ।

ତୁମେ ଚାହଁ ନାହିଁ ସଖି ତୁମ ଚାହେଁ
ମୁରୁକି ମୁରୁକି ହସେ,
ସେହି ଦିନ ଠାରୁ ନିତି ମୁଁ ଚାହୁଁଛି
ସେହି ପ୍ରେମର ଆଭାସେ।

ଅନେକ ଦିନ ପରେ ତୁମେ ହସିଲ
ମୋ ଆଡ଼କୁ ଦୃଷ୍ଟି ରଖି,
ଏହା ଦେଖି କେତେ ବିଚଳିତ ହେଲା
ତୁମର ସେ ପ୍ରିୟ ସଖି।

ହସର ମାଧ୍ୟମ କୁକୁର ଯେ ଥିଲା
ଦେଖି ମୁଁ ଜାଣିପାରିଲି,
ସେଥି ପାଇଁ ଆଜି ସରାଗରେ ଆଗ
କୁକୁରକୁ ଗେଲକଲି।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!