News
WhatsApp Image 2023-10-04 at 17.25.00
samparksetu

କରୋନା ପରେ ଚକ୍ଷୁ ସମସ୍ୟା

ଆମେ ସମସ୍ତେ  ଗତ ଦୁଈ ବର୍ଷ ଧରି କରୋନା ଭାଇରସ୍ ସହ ଲଢେଇ କରି ଆସୁଛନ୍ତି। ଏହି ଦୁଈ ବର୍ଷ ରେ ଅନେକ ଲୋକ ନିଜ ନିଜ ଘରେ ରହି କାମ କରୁଛନ୍ତି ,ଯାହାକୁ ଆମେ ୱାର୍କ ଫ୍ରମ୍ ହୋମ୍ ବୋଲି କହୁଛେ। ଏହା ଛଡା ସମସ୍ତ ଛାତ୍ରଛାତ୍ରି ମାନେ ଘରେ ବସି ଅନଲାଇନ୍ କ୍ଲାସ୍ କରୁଛନ୍ତିା ଏହା ଯୋଗୁ କମ୍ପ୍ୟୁଟର୍, ଲାପଟପ୍, ଟ୍ୟାବ୍ ଓ ମୋବାଇଲ୍ ର ବ୍ୟବହାର ବହୁତ ମାତ୍ରା ରେ ବୃଦ୍ଧି ପାଇଛି। ଅଧିକ ସମୟ ଧରି ଏହା ର ବ୍ୟବହାର କରିବା ଦ୍ବାରା ବିଭିନ୍ନ ପ୍ରକାର ର ଚକ୍ଷୁ ସମସ୍ୟା ବଢିବା ରେ ଲାଗିଛି।

ଚକ୍ଷୁ ସମସ୍ୟା ବୃଦ୍ଧି ର କାରଣ କଣ?

ଆମେ ବ୍ୟବହାର କରୁଥିବା ସମସ୍ତ କମ୍ପ୍ୟୁଟର,ଲାପଟପ୍ ଓ ମୋବାଇଲ୍ ଫୋନ୍ ରୁ ସର୍ବଦା ବ୍ଲୁ ଲାଇଟ୍ ବା ଘନ ନୀଳ ରଶ୍ମୀ ବାହାରି ଥାଏ। ଏହି ବ୍ଲୁ ଲାଇଟ୍ ଚକ୍ଷୁ ଉପରେ ଅନେକ ଖରାପ ପ୍ରଭାବ ପକାଇ ଥାଏ ଓ ଏହା ଚକ୍ଷୁ ର ପାଓ୍ବାର କୁ ବଢିବା ରେ ସାହାର୍ଯ୍ୟ କରିଥାଏ। ଏହା କୁ କମ୍ପ୍ୟୁଟର୍ ଭିଜନ୍ ସିଣ୍ଡ୍ରୋମ୍ ବା ଡିଜିଟାଲ୍ ଭିଜନ୍ ସିଣ୍ଡ୍ରୋମ୍ କୁହାଯାଏ। ଏହା ଛଡା ଆମେ ଯେତେବେଳେ ଦୀର୍ଘ ସମୟ ଧରି ସ୍କ୍ରିନ୍ କୁ ଦେଖିଥାଉ ଆମ ଆଖି ର ବ୍ଲିଙ୍କିଙ୍ଗ୍ ରେଟ୍ ବା ଆଖି ପତା ପକାଇବା ବହୁତ କମିଯାଏ, ଏହା ଦ୍ବାରା ଆଖି ଶୁଷ୍କ ହୋଇଯାଏ।

ଚକ୍ଷୁ ସମସ୍ୟା ର ଲକ୍ଷଣ

ଦୃଷ୍ଟି ଶକ୍ତି ହ୍ରାସ ହେବା
ଆଖି ରେ ଜଳନ ହେବା
ଆଖି ଲାଲ୍ ପଡିବା
ମୁଣ୍ଡ,ବେକ ଓ ଅଣ୍ଟା ରେ ଯନ୍ତ୍ରଣା ହେବା
ଆଖି ରୁ ପାଣି ବାହାରିବା
ଆଖି କୁ ଥକା ଲାଗିବା ବା ଆଖି ସୁସ୍କ ଲାଗିବା
ପିଲା ମାନଙ୍କୁ ଶ୍ରେଣୀ ରେ କଳାପଟା ନ ଦିଶିବା

ସମସ୍ୟା ର ନିରାକାରଣ

ଆବଶ୍ୟକ ଅନୁସାରେ ସ୍କ୍ରିନ କୁ ବ୍ୟବହାର କରିବା।
ବ୍ଲୁ ଲାଇଟ୍ ପ୍ରୋଟେକ୍ସନ୍ ଚଷମା ବ୍ୟବହାର କରିବା।
ଅନଲାଇନ୍ ଓ୍ବାର୍କ କରୁଥିବା ସମୟ ରେ ନିୟମିତ ବ୍ୟବଧାନ ରେ ବିଶ୍ରାମ ନେବା। ପ୍ରତି ୨୦ ମିନିଟ୍ କାମ କଲା ପରେ ୨୦ ସେକେଣ୍ଡ ପାଇଁ ବିଶ୍ରାମ ନେଇ ୨୦ ଫୁଟ ଦୂର ରେ ଥିବା ଜିନିଷ କୁ ଦେଖିବା।
ସ୍କ୍ରିନ୍ ର ବ୍ରାଇଟ୍ନେସ୍ ପ୍ରତି ଧ୍ୟାନ ଦେବା।ପ୍ରଚୁର ପରିମାଣ ରେ ପାଣି ଓ ସବୁଜ ପନିପରିିବା ଗ୍ରହଣ କରିବା।

ଚିକିତ୍ସା

ଯଦି ଆପଣଙ୍କ ଠାରେ  କୌଣସି ଉପରୋକ୍ତ ଲକ୍ଷଣ ଦେଖଯାାଉଛି ତା ହେଲେ ନିଶ୍ଚିତ କୌଣସି ଦୃଷ୍ଟି ବା ଚକ୍ଷୁ ବିଶେଷଜ୍ଞ ଙ୍କୁ ପରାମର୍ଶ କରନ୍ତୁ ଓ ନିଜର ଦୃଷ୍ଟିଶକ୍ତି ଓ ଚକ୍ଷୁ ପରିକ୍ଷା କରାଇ ନିଅନ୍ତୁ।

✍️ ରାକେଶ୍ କୁମାର ବେହେରା (ଦୃଷ୍ଟି ବିଶେଷଜ୍ଞ)

new life
You might also like
error: Content is protected !!