ଖରା ସମୟରେ ପଖାଳ ସାଥିରେ
ଶାଗ ଭଜା ଟିକେ
ଲାଗେ ମତେ ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୧)
ବାର ମାସେ ତେର ପରବ ଯାତ
ଘୋଷ ଯାତରା ବିଶ୍ଵ ପ୍ରସିଦ୍ଧ
ଘୋଷ ଯାତ ମୋର ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୨)
ପୂର୍ବଜ ମାନେ ମୋ ଗଢିଯାଇଛନ୍ତି
କେତେ କୀରତି କଳା
କୀରତି କଳା ମୋ ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୩)
ମୋ ଘର ଝିଅ ବୋହୁ
ପର୍ବପର୍ବାଣୀ ରେ ପକାଏ ଝୋଟି ଚିତା
ଆହାଃ, ଦେଖିବାକୁ ତାହା ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୪)
ଓଡ଼ିଶୀ ଛାନ୍ଦ, ମୋ ଓଡିଶୀ ନାଚ
ଓଡ଼ିଆ ଜାତିକୁ କରାଏ ଉଚ୍ଚ
ମୋ ଜାତିର ନାଚ ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୫)
ଓଡ଼ିଆ ଭାଷା ମୋ କି ମନୋହର
ଶୁଣିବାକୁ ଲାଗେ ବଡ଼ ମଧୁର
ମୋ ଜାତିର ଭାଷା ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ ||(୬)
ଓଡ଼ିଶା ରାଇଜେ ଆମରି ଜନ୍ମ
ସବୁ ଗରବେ ବୋଲାଅ ମୁଁ ଓଡ଼ିଆ
ଓଡ଼ିଆ ଜାତି ମୋ ଭାରି ବଢ଼ିଆ
ମୁଁ ଓଡ଼ିଆ, ମୁଁ ଓଡ଼ିଆ
✍️ବିକାଶ କୁମାର ହୋତା