News
WhatsApp Image 2023-10-04 at 17.25.00
samparksetu

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ତୁମ ସ୍ମୃତି ମୋର ଜୀବନର ସାଥୀ
ସଦା ରହିଅଛି ପାଖେ,
ଜୀବନରେ ଯେତେ  ବାଧାବିଘ୍ନ ଆସୁ
ତୁମେ ରହିଥିବ ସାଥେ ।
ସ୍ମୃତି ଯେବେ ତୁମ ମନେ ପଡ଼ି ଯାଏ
ନିଆଁ ତ ଲାଗଇ ମନେ,
ସେ ନିଆଁ ର ଜ୍ଵାଳା ଶାନ୍ତ ପଡ଼ିଯାଏ
ତୁମକୁ ଦେଖି ସପନେ ।

ପାଉଁଶ ତଳ ତାତିଲା ନିଆଁ ତମେ
ଲିଭିବନି ମୋ ଜୀବନେ,
ସଦା ରହିଥିବ ସୟନେ ସପନେ
ମନ ଭାବ ଜାଗରଣେ।
ତୁମ କଣ୍ଠ ସ୍ବର ବ୍ୟାକୁଳିତ କରେ
ଆଜିବି ଏ ଦୁନିଆରେ,
ସ୍ବର ନୁହେଁ ସେତ ଜୀବନ ର ରାହା
ବହି ଯାଏ ଧୀରେ ଧୀରେ।

ତୁମଭଳି ଜଣେ ମହାନ ଗାୟକ
ମିଳିବେନି ଏ ଜଗତେ,
ସଦା ଝୁରୁଥିବେ ସ୍ମୃତି କୁ ତୁମର
ଏଦୁନିଆ ପଥେ ପଥେ।
ତୁମ ସ୍ମୃତି ଦୀପ ଏତେ ଯେ ଉଜ୍ବଳ
କେବେ ହେବ ନାହିଁ କ୍ଷୟ
ସେଥି ପାଇଁ ବୋଧେ ଏ ଦୁନିଆଁ କହେ
ତୁମ ନାମ କୁ ଅକ୍ଷୟ ।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!