News
WhatsApp Image 2023-10-04 at 17.25.00
samparksetu

ସମ୍ପତି ନୁହେଁ ମୁଁ ସମ୍ପର୍କ ଚାହେଁ

ଟିକିଏ କଥାରେ କାଇଁ ତୁମେ ଆଜି
କର ଏତେ ଅଭିମାନ
ତୁମବିନା ଏକା କେମିତି କାଟିବି
ମୋର ଏ ବାକି ଜୀବନ।

ଅନ୍ଧକାର ଲାଗେ ତୋବିନା ଜୀବନ
ସବୁକିଛି ନିଛାଟିଆ,
ସମ୍ପତି ନୁହଁ ମୁଁ ସମ୍ପର୍କ ହିଁ ଚାହେଁ
ଏକଥା ବୁଝିଯା’ ପ୍ରିୟା।
ଆସ ତୁମେ ଫେରି ରାଗ,ଋଷା ଭୁଲି
ନକରି ଆଉ ଉପେକ୍ଷା,
ତୁମର ଏ ସାଥୀ କାହୁଁ କେତେ ଦିନୁ
କରିଛି ତୁମ ପ୍ରତୀକ୍ଷା।

ତବିନା ହୃଦୟେ ରଖି ମୁଁ ପାରୁନି
ଆଉ କାହାକୁ ଲ ସତେ,
କେମିତି ଭୁଲିବି ତତେ ଏ ଜୀବନେ
କହିଦେ ଥରେ ତୁ ମତେ।
ସମ୍ପର୍କ ଆମର କେତେ ଭଲଥିଲା
କାହା ନଜର ଲାଗିଲା,
ମତେ ଭୁଲିଯାଇ ଆଉକାହର ସେ
ହାତଧରି ଚାଲିଗଲା।

ଚାଲିଗଲୁ ଯଦି ମନଦୁଃଖ ନାହିଁ
ଖୁସିରେ ତୁ ରହିଥାଆ,
ତୋର ଖୁସିରେ ମୁଁ ଖୁସି ହୋଇଯିବି
ସମ୍ପର୍କ ଟିକେ ରଖିଥା।
ଧନ,ସମ୍ପତି ମୁଁ ଚାହେଁ ନାହିଁ କିଛି
ତୁମବିନା ଜୀବନରେ,
ସମ୍ପତି ନୁହଁ ମୁଁ ସମ୍ପର୍କ ହିଁ ଚାହେଁ
ଥିଲେ ଥାଆ ଯେତେଦୂରେ।

ଅଜୟ କୁମାର ସାହୁ ,କେନ୍ଦୁଝର

new life
You might also like
error: Content is protected !!