ମୁଁ ରକ୍ତ ରଞ୍ଜିତା ବୋଲି ସହେ ଅସ୍ବୀକାର
ମୋ ନାଲି ପାଇଁ ମନା ମତେ
ଦେବ ମନ୍ଦିର ଓ ରୋଷେଇ ଘର ।
ବାପା ଙ୍କ କୋଳରେ ଖେଳୁ ଥିବା
ମୁଁ ଆଜି ବି ସେ ଝୁମ୍ପୁଡି ବାୟାଣୀ ,
କିନ୍ତୁ ସେ ନାଲି ରଙ୍ଗ ମତେ ଶୁଣେଇ ଦେଲା –
ଝିଅ ଆମର ବଡ଼ ହେଲାଣି,
ଆଉ ହେଲାଣି ସେ ସିଆଣି l
ମୋ ଯନ୍ତ୍ରଣା ଲୋକ ମତେ ସାମାନ୍ୟ ପୀଡା
ମାତ୍ର ମୋ ପାଇଁ ତାହା ନର୍କର ଅଖଡା ।
ମତେ ଭିଜି ବାକୁ ହୁଏ ଶୋଣିତ ବୁନ୍ଦାରେ ,
ପୁଣି ସ୍ନାନ କରିବାକୁ ହୁଏ ଅଶ୍ରୁର ଧାରରେ ।
ଜନ ସମାଜର ସେ ଅସ୍ବୀକାରତା
ଲାଜ ଓ ଚୋରା ଛୁପା ବ୍ୟଥା
ଆଉ ସେ ଫୁସ୍ ଫୁସ୍ କଥା
ମୁଁ ଅଶୌଚ ଦିଶେ, ନାଲି ଦାଗରେ
ସେ ପାଇଁ “ଏହେ ଦେଖ ଦେଖ ସେ ଋତୁମତି”
ଏମିତି ଧିରେ ପଡ଼େ ମୋ କାନରେ
ନାଲି ବୁନ୍ଦା ରୁ ନୂତନ ସିନ୍ଧୁ ର ସୃଷ୍ଟି
ନାଲି ନଥିଲେ ସଂସାର ଯେପରି ଅମ୍ଳ ବୃଷ୍ଟି
ଦୂରେଇ ଦିଅନ୍ତି ମତେ
ଭାବି ଏହାକୁ ମହାମାରୀ
କେମିତି ବୁଝେଇବି ମୁଁ , ପ୍ରକୃତି ର ନିୟମ ଏହା ,
ଏଠି ଭୁଲ ନାହିଁ କାହାରି ।
ପୁରୁଷ ସମାଜ ଆଗେ ଋତୁସ୍ରାବ ବେଳେ ,
ନୁଆଁଇ ବାକୁ ପଡ଼େ ମତେ ମୁଣ୍ଡ
ହେ ଈଶ୍ୱର ଏହା ପ୍ରାକୃତିକ ,
ନା ଅଟେ ମୋ ପାଇଁ ଦଣ୍ଡ ।
✍️ସସ୍ମିତା ସିଂହ