ବହି ଠାରୁ ଭଲ ସାଥିଟିଏ ନାହିଁ
ଜଗତ ରେ ଭାଇ କେହି
ନିରୋଳା ସମୟେ ଭରାକ୍ରାନ୍ତ ମନେ
ଆନନ୍ଦ ଦିଏ ଯେ ସେହି॥୧
ନିର୍ବାଚିତ ଅବା ଭଲ ବହି ଟିଏ
ହସି ହସି ଡାକୁଥାଏ
ଗୀତା ଭାଗବତ ଆମନ୍ତ୍ର୍ରଣ କରେ
ଇଶ୍ବରୀୟ ବ୍ୟକ୍ତିଯିଏ॥୨
ଯେବେ ଆମେ ସବୁ ଖଡିରେ ଗାରିଲୁ
ବ୍ରହ୍ମାବିଷ୍ଣୁ ମହେଶ୍ବର
ସେହି ଦିନୁ ଆମ ବନ୍ଧୁତା ସ୍ଥାପନ
ହୋଇଗଲା ସଭିକଂର॥୩
ଶପଥ ଯେ ନିଏ ବଂଚିବା ପାଇଁରେ
ଅମୂଲ୍ୟ ସଂପଦ ଠାରେ
ଗ୍ୟାନଦେବୀ ମାଆ ସରସ୍ବତୀକଂର
ଆବାସ ତାହା ମଧ୍ୟରେ॥୪
କେତେ ସେ ତପସ୍ୟା ଗ୍ରନ୍ଥ ରଚିବାରେ
ପୁର୍ବଜ ଆମର କଲେ
ଖୋଦି ତାଳ ପତ୍ର ଲିଖନି ମୁନରେ
ଅମୂଲ୍ୟସଂପଦ ଦେଲେ॥୫
ରଚି ରଚାଇବା ପଢି ପଢାଇବା
ତାଂକର ମୂଳ ଉଦେଶ୍ୟ
ପର ପିଢି କୁ ସେ ଉକ୍ତୃଷ୍ଟ ପାଇଁକି
କଲେ ପରିଶ୍ରମ କ୍ଳେଶ॥୭
ପିଲାଦିନ ଆମ ଗଳ୍ପ ଉପନ୍ୟାସ
ପୁରାଣ ପତ୍ର ଓ ପତ୍ରିକା
ପଢିବା ର ନିଶା ସଭି ମଧ୍ୟେଥିଲା
ଏ ସବୁ ବାଣ୍ଟି ବାଣ୍ଟିକା॥୮
ଜଗତେ ଯେତିକି ବହିତ ରହିଅଛି
ତାହାର କଳନା ନାହିଁ
ସାତ ଜନମ ରୁ ଅଧିକ ସମୟ
ପଢିବାକୁ ନେବ ଭାଇ॥୯
ମୋବାଇଲି ଆଉ ଟିଭି ଦୁନିଆରେ
ଯୁବକ ଯେ କବଳିତ
ପାଠ୍ୟ ପୁସ୍ତକ ଓ ଭଲ ବହିଠାରେ
ମନ କା ନାହିଁ ଲାଗେତ॥୧୦
ଅବସର କିବା ଶୋଇବା ପୁର୍ବ ରୁ
ପଢିବା ଥିଲା ଅଭ୍ୟାସ
କି ଯୁଗ ହୋଇଲା କି ସମୟ ହେଲା
ଯୁବକ ହୋଇଲା ଗ୍ରାସ॥୧୧
ବହିଟେ ପଢିଲେ ମନ ଶରୀର କୁ
ଦେଇ ଥାଏ ସୁସ୍ଥ ପଣ
ମସ୍ଥିସ୍କ ମଧ୍ୟରେ ଦିଏ ଏକାଗ୍ରତା
ରୋଗ ବ୍ୟାଧି ନାଶ ଯାଣ॥୧୨
ସ୍ମୃତିଶକ୍ତି ଆମ ବିକାଶ ହୁଏ ସେ
ମନେ ରହିଥାଏ ସବୁ
ନିଦ୍ରା ହିନତାରୁ ଦୁରକରିଥାଏ
ନ ପଡେ ଓୌଷଧ ନେବାକୁ॥୧୩
ସକ୍ରୀୟ ଜାଗ୍ରତ ମନ ରହିଥାଏ
କ୍ଷରୟୀ ହୋରମୋହନ
କର୍ଯ୍ୟ ଦକ୍ଷତା କୁ ବୃଧି କରେ ବହି
ନ ନିଏ କେହି ତା ସ୍ଥାନ॥୧୪
ଦିର୍ଘ ଜୀବି ହୁଏ ସେ ମହତଲୋକ
ବହି ପଢୁଥାଏ ନିତି
ମୋବାଇଲ ଟିଭି ଲାଇଟି ପ୍ରଭାବେ
ଆଖିରେ ନରହେ ଭିତ୍ତି॥୧୫
ଅଂହକାର ଗର୍ବ କ୍ରୋଧ କାତରତା
ନଆସେ ମନରେ କେବେ
ପଢି ପଢାଇଲେ ଅମୁଲ୍ୟ ସଂପଦ
ସରସ୍ବତୀ ବିଜେ ହେବେ॥୧୬
ହଟାଏ ଅନ୍ଧାର ଦିଅଇ ଆଲୋକ
ବହିଟିଏ ଯିଏ ପଢେ
ଗ୍ୟାନ ହୀନ କେବେ ଜାଣିକି ପାରିବ
ଜୀବନ କିପରି ଗଢେ॥୧୭
ଗୁରୁ ଗୁରୁଜନ ସଭିଏଁ ପିଲାକୁଂ
ପଢିବା ଅଭ୍ୟାସ କଲେ
ଘର ଓ ସମାଜ ଉନ୍ନତି ହୋଇବ
ସଭିଏଁ ବହି ପଢିଲେ॥୧୮
✍️ସନ୍ଦୀପ କୁମାର କର ,ଅନୁଗୁଳ