News
WhatsApp Image 2023-10-04 at 17.25.00
samparksetu

ଭାବ ରଙ୍ଗମଞ୍ଚେ ନାୟକ ତୁମେ

ଚିଠି ଲେଖିବାକୁ ମନ ମୋ ହେଉଛି
       ମୋର ଦିନବନ୍ଧୁ ପାଖେ,
ମୋ ଭାବ ରଙ୍ଗ ମଞ୍ଚେ ନାୟକ ତୁମେ
      ଭାବ ନିଅଣ୍ଟ ମୋ ବକ୍ଷେ ।

କେମିତି ପୂଜିବି ତୁମକୁ ହେ ବନ୍ଧୁ
      ଗୋପନେ ଦିଅ ବତାଇ,
ଚିଠି ପାଇ ଚିଠି ଦେବ କୃପାସିନ୍ଧୁ
      ବିଳମ୍ୱ କରିବ ନାହିଁ ।

ଭାବକୁ ନିକଟ  ଅଭାବ କୁ ଦୂର
      ଅଭାବି ମଣିଷ ମୁହିଁ,
ପୂଜା ବିଧି ତୁମ ଜଣା ନାହିଁ ମୋତେ
      ଚିଠିରେ ଦିଅ ବତାଇ ।

ତୁମେହିଁ ଅନନ୍ତ ତୁମେ ନୀଳକଣ୍ଠ
      ତୁମ ବିନା ମୁକ୍ତି ନାହିଁ,
ସୁଖ ଦୁଃଖ ସବୁ ତୁମ କୃପା ବଳେ
      ହତୋତ୍ସାହ ହେବି କାହିଁ ।

କେବେ ଯଦି ଦେଖା ଦିଅନ୍ତ ଛାମୁ ହେ
      ଦେଖିବି ନୟନ ଭରି,
ଭବ ସଂସାରକୁ ଆରୋଗ୍ୟ ପାଇଁକି
      କରିବି ଟିକେ ଗୁହାରି ।

ଭବ ରଙ୍ଗ ମଞ୍ଚେ ଏମିତି ନାୟକ
      ସଂସାର ତୁମରି ହାତେ,
ରଙ୍ଗ ଭରି ଦିଅ ମୋ ଜୀବନେ କିଛି
      ଦୁନିଆଁ ଝୁରିବ ମୋତେ ।
     
ଚିଠି କୁ ମୋହର ଅଣଦେଖା କରି
      ଫୋପାଡି ଦେବନି ଦୂରୁ,
ଚିଠି ପାଇ ଚିଠି ଦେବ ବୋଲି ଆଶା
      ମୋ ଜୀବନ ପଛେ ସରୁ ।

     
✍🏻 ସୁବ୍ରତ ସେଠୀ

new life
You might also like
error: Content is protected !!