News
WhatsApp Image 2023-10-04 at 17.25.00
samparksetu

ଆମେ ଓଡ଼ିଆ

ଓଡ଼ିଆ ମାଟିରେ ଜନମ ନେଇଣ
    ଗର୍ବିତ ହୁଏ ଆଜିରେ
ମହାଖାରବେଳ ଜଗବନ୍ଧୁବିର
    ଜନମ ନେଲେ ଏ ଦେଶରେ
ହାତୀ ଗୁମ୍ଫା ଆଉ ବାରବାଟୀ ଦୁର୍ଗ
  ସାକ୍ଷୀ ରୂପେ ଗର୍ବିତ ହୁଏ ମାଟିରେ
   
  ଧର୍ମ ପଦର ବିତତ୍ୱ ର ତ୍ୟାଗ ଠିଆ
ହୋଇଅଛି କୋଣାର୍କ ରୂପେ ଆଦିରେ
   ବ୍ୟାସ ଦେବଙ୍କ ବେଦରେ ସ୍ଥିତ
  ସେହି ଉତ୍କଳ ପ୍ରଦେଶ ପୁରାତନ ରାଜ୍ୟ ଏହିରେ
ଧଉଳି ଖୋରଧା ଗାଥା ଗାଉଛନ୍ତି
   ମହାପୁରୁଷଙ୍କ ଦେଶରେ
ଏ ଦେଶର ବିର ପାଇକ ବିଦ୍ରୋହ
  ତେଜି ଉଠିଥିଲା ତୀଵ୍ରରେ

ଜଗନାଥ ବାସୀ ପ୍ରବଳ ସାହସୀ
ଜଣାପଡେ ପୁରୁଷତମ ଙ୍କ ବେଶରେ
ଓଡ଼ିଆ ବୋଲି ମୁଁ ଗର୍ବ କରେ ରେ
  ଜନମିଛି ଏହି ରାଜ୍ୟ ରେ

✍️ପଲ୍ଲବୀ ମହାପାତ୍ର

new life
You might also like
error: Content is protected !!