News
WhatsApp Image 2023-10-04 at 17.25.00
samparksetu

କଟକ ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣମୀ ପବିତ୍ର ବାସରେ
ବାଲିଯାତ୍ରା ଅନୁଷ୍ଠିତ
କଟିକିଆଙ୍କର ଭିନ୍ନ ପରିଚୟ
ବିଶ୍ୱ ଦରବାରେ ଖ୍ୟାତ l
ଦେଶ ବିଦେଶରୁ କଳା ସଂସ୍କୃତିର
ବାଣିଜ୍ୟକ କାରବାର
ଆଲୋକ ମାଳାର ମନୋରମ ଦୃଶ୍ୟ
ଚିତ୍ତ ହରେ ବାରମ୍ବାର l

ସାରା ଦୁନିଆଁ ର ଦୁର୍ଲଭ ପଦାର୍ଥ
ପ୍ରାପ୍ୟ ହୁଏ ଜାତ କୋଣେ
ଅନାଥ ଶିଶୁ ବି ପିତା ମାତା ସୁଖ
ପାଇ ଭାଗ୍ୟବାନ ମଣେ l
ନିଃସନ୍ତାନ ଲଭେ ପିତୃ ମାତୃ ଖୁସି
ଘରଣୀକୁ ଘର ଚିଜ
ସାତ ଦିନ ଧରି ପର୍ବର ରୋଶଣୀ
ଆଙ୍କେ ଝିଲିମିଲି ତେଜ l

ଠୁଙ୍କାପୁରୀ ଛୋଲେ ମସଲା ବାସ୍ନାରେ
ଅତିଷ୍ଠ ବ୍ୟାକୁଳ ମନ
ଦହିବରା ଆଳୁଦମ୍ ପାଇଁ ଯେ
କଟକ ହୁଏ ଉଚ୍ଛନ୍ନ l
ଆମ ପରମ୍ପରା ଆମ ସଂସ୍କୃତିକୁ
କଟକ ଧରିଛି ରଖି
ହଜାରେ ବର୍ଷର ରୂପେଲି ସହର
ଦୁନିଆଁ ପାଇଁ ଟି ସାକ୍ଷୀ l

ମୁଁ ଗର୍ବିତ ଆଜି ମୋ କଟକ ପାଇଁ
ଭାଇଚାରା ମୂଳମନ୍ତ୍ର
ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ
କଟକ ଟି ଯେ ସ୍ୱତନ୍ତ୍ର l

✍️ସ୍ମୃତି ସରିତା

new life
You might also like
error: Content is protected !!