କେବେ ସେ ବିବାହ ବନ୍ଧନରେ ବାନ୍ଧିହୋଇ
ପରିବାରକୁ ଭୁଲେ ନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ବାପ ହୋଇ ବିନା ଲୁହରେ କାନ୍ଦେ
ହେଲେ ଦୁନିଆକୁ ଦେଖାଏ ନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ପୁଅକୁ କାନ୍ଧରେ ବସାଇ
ସେ ବାଟ ଦେଖାଏ ଯାହା ତା ଦୃଷ୍ଟି ପାଏ ନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ଗର୍ଭବତୀ ନ ହୋଇ
ଗର୍ଭବତୀର କଷ୍ଟକୁ ଭୁଲେ ନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ପରିବାରର ଖୁସି ପାଇଁ
ନିଜର ପ୍ରେମକୁ ଗ୍ରହଣ କରେନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ଅନ୍ତିମ ଶଯ୍ୟାରେ
ନିଜର କର୍ତ୍ତବ୍ୟକୁ ଭୁଲେନାହିଁ,
ତଥାବି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ମିଛ ନିନ୍ଦା ସହି
ମଥା ତଳକୁ କରେନାହିଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ଗୋଇଠା ମାଡ଼ଖାଇ
ଅଣ୍ଟା ଯାଏ ତାର ନଇଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
କେବେ ସେ ମଶାଣି ଭୁଇଁରେ
କାନ୍ଦିଥାଏ କଇଁକଇଁ,
ତଥାପି ଦୁନିଆ ତାକୁ କୁହେ
ତୁ ପୁଅ ତତେ କଷ୍ଟ ହୁଏ ନାହିଁ।
✍️ଅମରେଶ ଖଟୁଆ ,ଯାଜପୁର