News
WhatsApp Image 2023-10-04 at 17.25.00
samparksetu

ଭକ୍ତ ହୃଦୟର ପ୍ରଭୁ “ଶ୍ରୀଜଗନ୍ନାଥ”

    ବରଷାରେ ଭିଜି ଭିଜି ବାଟବଣା ହୋଇ
    ଆସିଥିଲୁ କାଳିଆର ଦରଶନ ପାଇଁ,
   ଦେଖାଦେଲ ନାହିଁ ପ୍ରଭୁ ହେ” କଳା ଗୋସାଇଁ
      ଭାଵର ଠାକୁର ପ୍ରଭୁ ରହିଛ ଅନାଇ ,
        ଆସିଥିଲୁ କାଳିଆର ଦରଶନ ପାଇଁ। (୧)

     ବଡ଼ ଦାଣ୍ଡେ ମଣିମାଙ୍କ  ଶ୍ରୀଫଳକୁ  ଦେଲୁ
      ଜଗନ୍ନାଥ ପ୍ରଭୁ ନାମେ ପ୍ରଣିପାତ କଲୁ,
      ଏତେ ବଡ ଭାଗ୍ୟ ଆମ୍ଭ କାଳିଆର ପାଇଁ
       ନଡ଼ିଆକୁ ନେଇଗଲେ ସେବାୟତ ଭାଇ,
         ଆସିଥିଲୁ କାଳିଆର ଦରଶନ ପାଇଁ।(୨)

        କାଳିଆର ରୂପ ବୋଲି  ନପାରିଲୁ ଜାଣି    
         ଭକ୍ତ ହୃଦୟର ବ୍ୟଥା ନେଲୁ ମନ କିଣି,
       ସଙ୍ଗେ ଥିଲେ ମୋର ବଂଧୁ ଗୈାରବ ଭାଇ
           ଜଗନ୍ନାଥ ପ୍ରଭୁଙ୍କର ଭକତିରେ ଥାଇ ,
         ଆସିଥିଲୁ କାଳିଆର ଦରଶନ ପାଇଁ (୩)

        ପଣ୍ଡା ଭାଇନା ଯେ,ଆସି ମିଷ୍ଠ ଭାଷା ହେଲେ
         ତୁଳସୀ ନଡ଼ିଆ ଭୋଗ ହାତେ ସର୍ମିପିଲେ,
          ବଡ଼ଦାଣ୍ଡେ ବୁଲୁଥିଲେ କାଳିଆ ଗୋସାଇଁ
        ଚକା ଆଖି ଜକ ଜକ ନେତ୍ରେ ଦେଖୁ ଚାହିଁ ।
          ଆସିଥିଲୁ କାଳିଆର ଦରଶନ ପାଇଁ (୪)
 
           ଆନନ୍ଦରେ ଫାଟି ଉଠେ ବଡ଼ଦାଣ୍ଡ ଭୁଇଁ
         ଦରଶନ ଦେଇଗଲେ ହେ “କଳା ଗୋସାଇଁ,
            ଆସିଥିଲୁ କାଳିଆର ଦରଶନ ପାଇଁ (୫)

             ଭକ୍ତ ହୃଦୟର ପ୍ରଭୁ ଜଗତ ଗୋସାଇଁ
           କୃପାଦୃଷ୍ଟି ହେଲେ ପ୍ରଭୁ ଯିବୁ ପୁରୀ ଧାଇଁ,
         ଏତିକି ମାଗୁଣି ତବ କାଳିଆ ଗୋସାଇଁ, 
          ଛବିରେ ମୁଁ ଦେଖୁଥିବି ସାରା ରାତି ଚେଇଁ,
             ଆସିଥିଲୁ କାଳିଆର ଦରଶନ ପାଇଁ ।(୬)

✍️ଛବିରାମ ସେଠି

new life
You might also like
error: Content is protected !!