ନିରାଳା ରାତି ର ନିରଳା ଭାବନା
ହଜେଉଛି ଦୁଇ ମନ,
ଦୁଇ ହାତ ସହ ନିବିଡ଼ ବନ୍ଧନ
ମିଶୁଛି ଦୁଇ ନୟନ ।
ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଚାଲେ
ଲୁଚି ପାରୁନି ଏ ପ୍ରେମ,
ଜହ୍ନ ଆଲୁଅ ର ଛାଇ ଆସି ପାଖେ
ସଜାଏ ନୂଆ ସପନ ।
ପ୍ରେମୀ ଯୁଗଳ କୁ ଦେଖି ମୁରୁକି ହସୁଛି
ଯୋଛନ୍ନା ରାତି ର ଜହ୍ନ,
ଶୀତଳ ପବନ ଛୁଁଉଛି ଦେହ କୁ
ବିନା ବର୍ଷା ଭିଯେ ମନ ।
ଖସି ଆସୁଚି ସେ କେଶ ର ଲହରୀ
ଯାଉଛି ପ୍ରିୟା ଲାଜେଇ ,
ସଜାଡ଼ି କେଶକୁ ସାଥୀ କୁହେ
ଆମ ପ୍ରେମ ସାକ୍ଷୀ ଏ ଜହ୍ନ ଆଲୁଅ ର ଛାଇ ।
✍️ପ୍ରିୟଙ୍କା ମହାପାତ୍ର