News
WhatsApp Image 2023-10-04 at 17.25.00
samparksetu

ମର୍ତ୍ତ୍ୟେ ଦଶଭୂଜା


ପାର୍ବଣେ କାକର ଉଲ୍ଲାସ  ଶରତେ
ହସେ କାଶତଣ୍ଡୀ ଧବଳର ପୁଷ୍ପେ
ହୁଏ ଆଗମନ ଦଶଭୂଜା ମର୍ତ୍ତେ
ଶିଶିରର ମୁକ୍ତା ଶେଫାଳିର ପୁଷ୍ପେ

ଗଳାରେ ନାଲିମାଳ  ମସ୍ତକେ ସିନ୍ଦୁର
ଆଶ୍ୱିନ ଆଗମାନେ ଚହଟେ ମନ୍ଦାର
ନାରୀର ସନ୍ନାମାନେ ବିନାଶ ଦୁଷ୍ଟର
ଅପୂର୍ବ ଲୀଳା ତୋ ସାହସ ନାରୀର

ଦିବ୍ୟ ଜନନୀ ମା ଶତ୍ରୁ ସଂହାରିଣୀ
ଦୁର୍ଗତି ନାଶିନୀ ଶକ୍ତି ସ୍ୱରୂପିଣୀ
ନବ ଦୁର୍ଗା  ମା  ଅଶାର କଲ୍ୟାଣୀ
ମା ମହାକାଳୀ ତୁମେ ରୁଦ୍ର ରୂପିଣୀ

ତ୍ରତେୟାରେ ରାମ ଶକ୍ତି ପ୍ରଦାୟିନୀ
ଦ୍ଵାପରେ ବିଜୁଳି କନ୍ୟା ସ୍ୱରୂପିଣୀ
ରାବଣ କଂସର ବିନାଶ କାରିଣୀ
କଳିଯୁଗେ ମର୍ତ୍ତେ ପାପ ସଂହାରିଣୀ

ତୋ କରୁଣା ଆଶିଷ ଦିବ୍ୟ ଶକ୍ତିରେ
ଭରିଦିଅ ଭକ୍ତି ପ୍ରେମ ହୃଦୟରେ
ହେଉ ଅତିମାନସର ଉତରଳ ଧାରେ
ଆଜି ସକଳ ମାନସ ଉର୍ଜା ପାର୍ବଣରେ

କେତେ ଆଶା  କେତେ ନିଶା କେତେଯେ ଅଳିରେ
କେତେ ସାଜସଜା କେତେ ଭରଷାରେ
  ମର୍ତ୍ତ୍ୟ ରେ ଦଶଭୂଜା ମା ଏ କଳିଯୁଗରେ
ତୁମେ ମର୍ତ୍ତ୍ୟରେ ଦଶଭୂଜା ଏ କଳିଯୁଗରେ ||

✍️  କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!