ଶରତ ହେମନ୍ତ ଶୀତ ବସନ୍ତରେ
ଭାସି ଆସେ ମହି କୋଳେ
ଧରା କାନନରେ ହସିଉଠେ ଭୁଇଁ
ଶୀତର ଲହରୀ ଖେଳେ ।(୧)
ବରଷକ ବାର ମାସଲୋ ବଉଳ
ଅଟେ ପରା ଛଅ ଋତୁ
ଶୀତ ଋତୁ ଅଟେ ଥଣ୍ଡାର ପସରା
ଯନ୍ତ୍ରଣା ପାଆନ୍ତି ଜନ୍ତୁ ।(୨)
ଶୀତ ସକାଳର ସୂର୍ଯ୍ୟ କିରଣରେ
ଦେହରେ ବାଜିଲେ ତାତି
ଆନନ୍ଦ ଉଲ୍ଲାସେ ଜୀବନ ବିତଇ
ଆଲୋକର ଯେହ୍ନେ ପ୍ରୀତି।(୩)
ବନ ଉପବନେ ହ୍ରଦ ସରୋବରେ
ଶୋଭାପାଏ ପୁଷ୍ପ ଫଳ
ବରଫର ଖଣ୍ଡ ପର୍ବତରୁ ଆସେ
ଭୁଇଁ କରେ ଟଳମଳ।(୪)
ଶୀତର ପ୍ରକୋପ ବଢିବାରେ ଲାଗେ
ଅଥୟ ହୁଅନ୍ତି ଜନେ
ପଶୁ ପକ୍ଷୀ ନର ଜୀବନ ବିତାନ୍ତି
ରହି ଘରେ ଉପବନେ।(୫)
ବିଶାଳ ସଂସାରେ କେତେକ ସ୍ଥାନରେ
ବରଫରେ ହୁଏ ଝଡ଼
ଶୀତ ଲହରୀର ପ୍ରଚଣ୍ଡ ମାତ୍ରାରେ
ପଶୁ ପକ୍ଷୀ ହୁଏ ମଢ।(୬)
ଧାନ କ୍ଷେତ ସବୁ ଶସ୍ୟ ଶ୍ୟାମଳାରେ
ବିଲ ବାଡି ହସୁ ଥାଏ
ବିଲାତି ଗାଜର ଫୁଲ କୋବି ଆଳୁ
ବନ୍ଧା କୋବି ମୂଳା ହୁଏ।(୭)
ନାନା ରକମର ପୁଷ୍ପ ଫଳ ବୃକ୍ଷେ
ଶୀତରେ ଫଳଇ ଭରା
ମାଣବସା ହୁଏ ଘରେ ଘରେ ସବୁ
ପିଠା ପଣା ଛେନା ଖିରା ।(୮)
ଲକ୍ଷ୍ମୀ ସାଆନ୍ତାଣୀ ବିଜେ କରିଥାନ୍ତି
ଶ୍ରୀମନ୍ଦିର ସ୍ଥାନ ଛାଡି
ପ୍ରବେଶ କରନ୍ତି ଘରେ ଘରେ ବୁଲି
କମଳରେ ଚିତା ମାଡ଼ି ।(୯)
ଶେଷ ଗୁରୁବାର ପୂଜାକୁ କରନ୍ତି
ଅନାଇ ଲକ୍ଷ୍ମୀଙ୍କ ମୁଖ
“ମା ‘ସାଆନ୍ତାଣୀ ଘରକୁ ଆସିବେ
ଘରେ ଘରେ ହେବ ସୁଖ। (୧୦)
ଶୀତ ହେଉ ନାହିଁ ପଡୁନି କାକର
ବଦଳି ଗଲାଣି ଋତୁ
ଚାଷ ଜମି ସବୁ କୋଠା ପରିପୂର୍ଣ୍ଣ
ବଜାରେ ବୁଲନ୍ତି ଜନ୍ତୁ।(୧୧)
ରାସ୍ତାର ଉପରେ ଗାଡିର ଗର୍ଜନ
ବଢି ଚାଲେ ପ୍ରଦୂଷଣ
ଶୀତର ଲହରୀ ଆସୁନି ମାଟିକୁ
ବୃକ୍ଷ ନାହିଁ ଏଠି ଜାଣ।(୧୨)
ସଚତେନ ହେଲେ ଦେଶର ଜନ
ନିଶ୍ଚୟ ଆସିବ ଶୀତର ମନ
ସମୟରେ ହେବ ଋତୁ ଗମନ
ଧରିତ୍ରୀ ନାଚିବ କରି ଶୋଭନ ।(୧୩)
ଆଗକୁ ଲେଖିବି ହୋଇଲେ ଶୀତ
ଥଣ୍ଡାର ଶିଶିରେ ଗାଇବି ଗୀତ।(୧୪)
✍️ଛବିରାମ ଶେଠି