ମୁଁ ରବି ସିଂ ନୁହେଁ
ତୁମକୁ ଦେବି ଚରମ ପତ୍ର।
ମାଟି କାଠରେ କ’ଣ
ରହିଥାଏ ଜୀବନ ?
ମାଟିରେ ଅଛି ବ୍ରହ୍ମ !
କାଷ୍ଠ ଏଠି ଜୀବନ୍ତ !
କିପରି ?
କାଷ୍ଠ – ମାଟିକୁ ଭାଙ୍ଗିଲେ
କ’ଣ ନେବ ନୂଆ ଅବତାର ?
କେମିତି ଜୀବନ୍ତ ସେ କାଷ୍ଠ ?
ଯେ ଚାଲିପାରେନି
କଥାକୁହେନି
ଆଖି ବନ୍ଦ କରେନି,
କେବେ କାନ୍ଦେନି-ହସେନି !
କେମିତି ତୁମେ ବ୍ରହ୍ମ ?
ଆଖି ସାମ୍ନାରେ ଚୋରୀ ଧର୍ଷଣରେ
ବି ଚୁପ୍ !
କେମିତି ତୁମେ ଜୀବନ୍ତ ?
ଜୀବନ କାଳ କ’ଣ
ମାତ୍ର ୧୨ ବର୍ଷ !
ନିଆଁ ଲାଗିଲେ କ’ଣ
ତୁମେ ଆଘାତ ପାଅ ?
ତୁମ ଶରୀରରେ
ଫୋଟକା ହୁଏ ?
ନା ନା
ତୁମେ ଜୀବନ୍ତ ନୁହଁ,
କାଷ୍ଠ ପାଷାଣର ଖେଳନା ଟିଏ।
ମୁଁ ପ୍ରହଲ୍ଲାଦ ନୁହେଁ
ତୁମେ କ’ଣ ନରସିଂହ ?
ତାହାଲେ ପୁଣି
ନିଅ ଅବତାର !
ଦିଅ ତୁମ
ଅସ୍ମିତା ଅସ୍ତିତ୍ୱର
ପରିଚୟ ?
✍️ ଯଶସ୍ୱିନୀ ସାହୁ