News
WhatsApp Image 2023-10-04 at 17.25.00
samparksetu

କର୍ତ୍ତବ୍ୟ ରେ ଶୂନ !

ଯେଉଁଠି
ଦାମୀ ପୋଷାକରେ, ସମାଜରେ
ଆଭିଜାତ୍ୟ ଥାଏ,
ଦାମୀ ଗାଡି ଚଢିଲେ,
ନିଶାଗ୍ରସ୍ତ ହେଲେ,
ସଂଭ୍ରାନ୍ତ ବୋଲାନ୍ତି :
ମନ୍ଦିର, ମସଜିଦ, ଅବା ଚର୍ଚ୍ଚ ଗଲେ
ଧାର୍ମିକ ବୋଲାନ୍ତି :
ଆସନ /ଶାସନ ପାଇଁ
ଦକ୍ଷତା ର ମାପ କାଠି
ଭାଷଣ ଚାତୁରୀ :
ଖାଲି ଧରା ଧରି….

ନିଜ ଅଭିଳାଷ ପାଇଁ
ସ୍ୱାର୍ଥ, ଜିଦ, ଦ୍ଵନ୍ଦ ନେଇ
ଚକ୍ରାନ୍ତ ଚଳାନ୍ତି.
ହାକିମ ପରି ହୁକୁମ ଦେବାକୁ
ସମସ୍ତେ ଚାହାଁନ୍ତି :
ନିଜକୁ ନିର୍ଦୋଷ କହି, ଫାଙ୍କି ମାରି
ସଫେଇ ଦିଅନ୍ତି :
ଆଇନ କୁ ଫାଙ୍କି ବାରେ, ଆଇନ ରେ
ଯୁକ୍ତି ଖାଲି ଥାଏ :

ଦସ୍ତଖତ କରିଦେଲେ କର୍ମ କ୍ଷେତ୍ରେ
କର୍ତ୍ତବ୍ୟ ର ସମ୍ପାଦନ ହୁଏ
ବାସ୍ତବିକ ସେଠି
ଆଦର୍ଶ ଲେଖଇ….
ମାତ୍ର ରଚନା ରେ,
କର୍ତ୍ତବ୍ୟ ରେ ଶୂନ!!!

✍️ଏଲୀ ଦାସ ଢେଙ୍କାନାଳ

new life
You might also like
error: Content is protected !!