News
WhatsApp Image 2023-10-04 at 17.25.00
samparksetu

ହେ ମଧୁସୂଦନ ଏ ମାନବ ଜାତି କୁ ଦିଅ ସତ୍ ଜ୍ଞାନ

ଜୀବ ମଧ୍ୟରେ ମନୁଷ୍ୟ ହେଉଛି ସବୁଠାରୁ ସର୍ବଶ୍ରେଷ୍ଠ ଜୀବ, ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ଜନ୍ମ ତାହା କୋଟି ତପସ୍ୟାର ଫଳ l ପୂର୍ବ ଜନ୍ମର କର୍ମ ଧର୍ମ ଅନୁସାରେ ଭଗବାନ ମାନବ ଜନ୍ମ ଦେଇଥାନ୍ତି l

କିନ୍ତୁ ଏବେ ମାନବ ଜାତି ଟା ଏତେ ନୃଶଂସ ପାଲଟି ଯାଇଛି କହିଲେ ନ ସରେ । ବର୍ତ୍ତମାନ ଭଗବାନ ଙ୍କ ଦରବାରେ ଏହି ମାନବ ଜାତି ଟା କୀଟ ପତଙ୍ଗ ଠାରୁ ଆହୁରି ଘୃଣ୍ୟ ପାଲଟି ଯାଇଛି । କାହିଁକିନା ଦୁନିଆଁ ର ସବୁଠାରୁ ସର୍ବଶ୍ରେଷ୍ଠ କଥା କୁହା ଠାକୁର ପିତା ମାତା ଙ୍କୁ କିପରି ବ୍ୟବହାର ଦେଖାଉଛନ୍ତି ଜାଣିଥିବେ ।

କିଏ ତ ଏହି ଜୀବନ କଥା କୁହା ଠାକୁରଙ୍କୁ ଘରୁ ବାହାର କରି ଦେଉଛି ତ କିଏ ନେଇ ବୃଦ୍ଧା ଆଶ୍ରମ ରେ ଛାଡି ଦେଇ ଆସୁଛନ୍ତି । କିନ୍ତୁ ବଜାର ରୁ ପଥର କି କାଠ ରେ ମୂର୍ତ୍ତି ଟିଏ କିଣି ଆଣି ଠାକୁର ଭାବି ସ୍ବତନ୍ତ୍ର ମାର୍ବଲ ବିଚ୍ଛା ଘରେ ରଖି ଦୁଇ ଓଳି ପୂଜା କରୁଛନ୍ତି । ତା ପରେ ଦ୍ଵିତୀୟ ଶ୍ରେଷ୍ଠ ସମ୍ପଦ ହେଉଛି ଗୋ ସମ୍ପଦ, ଯାହାକୁ ଆମ ବାପା ଜେଜେ ବାପା ମାନେ ପୂଜା କରୁଥିଲେ କିନ୍ତୁ ଏବେ ଏହି ଗୋ ମାତା ଛେଳି,ମେଣ୍ଢା ଠାରୁ ଆହୁରି ମୂଲ୍ୟ ହୀନ ହୋଇ ଯାଇଛି , ଏହି ସ୍ବାର୍ଥପର ନୃଶଂସ ମଣିଷ ଗୋ ମାତା (ବଳଦ) କୁ ବଳ ବୟସ ଥିବା ଯାଏ ଅମାନୁଷିକ ଭାବେ କଠୋର ପରିଶ୍ରମ କରାଇ ଥାଏ, ତା ପରେ ବୃଦ୍ଧ କି ରୁଗୁଣା ହୋଇଗଲେ କଂସେଇ ହାତରେ କେଇଟା ଟଙ୍କା ଲୋଭରେ ବିକ୍ରି କରିଦିଏ ।

ଆଉ ମଧ୍ୟ ଗୋ ମାତା (ଗାଈ) ଠାରୁ ତା ଛୁଆ କୁ ବାନ୍ଧି ଜୋର କରି କ୍ଷୀର ନେଇଆସେ, ତା ପରେ ସେହି ଗାଈ ଟି ବୃଦ୍ଧା ହୋଇଯାଏ କ୍ଷୀର ଦବାର ଶକ୍ତି ହରାଇ ବସିଥାଏ ସେତେବେଳେ ଏହି ମାନବ ଜାତି ତାକୁ ଅତି ନିର୍ମମ ଭାବରେ କେଇଟା ଟଙ୍କା ଲୋଭରେ ସେହି କଂସେଇ ହାତରେ ବିକି ଦିଏ । ହେ ମଧୁସୂଦନ ଏ ମାନବ ଜାତି କୁ ଦିଅ ସତ୍ ଜ୍ଞାନ ।

new life
You might also like
error: Content is protected !!