News
WhatsApp Image 2023-10-04 at 17.25.00
samparksetu

ସ୍ପନ୍ଦନରେ ”ମୋ ଜଗନ୍ନାଥ”

ହେ “ଜଗନ୍ନାଥ” ହେ ଜଗନ୍ନାଥ——(୩) ଥର 
      ତୋର ନାମ ଧରି ହେଲିଣି ଭିକାରୀ
    ନେଇଯାଅ ପ୍ରଭୁ ମୋତେ ଦରିଆ ସେପାରି । 
  
        
କରିଥିଲି ଜୀବନରେ କେଉଁ କର୍ମଦୋଷ
ବଂଚିଵାର ଶକ୍ତି ଅବା ଦେଇଛ ଅବଶ୍ୟ,
                                 ହେ “ଜଗନ୍ନାଥ”—–

ପରିବାରେ  ଲୋଡା ନାହିଁ  ଏ ଜୀବନେ ମୋର 
ସବୁ ସୁଖ ନେ ଇଯାଅ ନିମିଷେ ମାତର ।
         ରହିଛି  ମୁଁ ଦିନରାତି  ଜଗାକୁ ଅନାଇ         
      ଆଖିରେ ମୋ ନିଦ ନାହିଁ କାଳିଆର ଛାଇ ,
                                 ହେ”ଜଗନ୍ନାଥ ——-

ଆନନ୍ଦରେ ଅଛି ପ୍ରଭୁ କାଳିଆର ନାମେ
  କରୁଣା ଆଶିଷ ହେଲେ ଯିବି ବୃନ୍ଦାବନେ ।
           ସକଳର ମନ ବାଞ୍ଛା ଆଶା ମନେ ଭରି
          ଯନ୍ତ୍ରଣାରେ ପଡିହୁଏ ନର୍କରେ ମୁଁ ଘାରି ,
                           ହେ”ଜଗନ୍ନାଥ ——–
 
  ନିଦ୍ରାରେ   ଶୋଇଛ    ପ୍ରଭୁ କୃପାସିନ୍ଧୁ ଜଳେ                              
ଭାବର ଠାକୁର ହୋଇ କର୍ମ ମୋର ଫଳେ।
     ତୋର ବିନା କାଳିଆରେ କିଛି ଲୋଡା ନାହିଁ
     ପରିବାରେ  ସୁଖଶାନ୍ତି ଟିକେ ଦେଲେ ଚାହିଁ,
                                ହେ”ଜଗନ୍ନାଥ ——–
                                    
ସଂସାର ଉଠିବ ପୁରି କାଳିଆର ଇଛା
ଅନାଇ ବସିଛି ପ୍ରଭୁ ତୁମ୍ଭ କୃପା ବାଞ୍ଛା ।
      ଗରିବର ସାହା ପ୍ରଭୁ ଆହେ ଜଗନ୍ନାଥ
      ହୃଦୟରେ କରୁଅଛି   କୋଟି ପ୍ରଣିପାତ,  
               ହେ”ଜଗନ୍ନାଥ”——-(୩)ଥର

✍️ଛବିରାମ ସେଠୀ

new life
You might also like
error: Content is protected !!