କଲମ କାଗଜ ପୁଞ୍ଜି କରି ଯିଏ
ବଞ୍ଚିରହେ ଜୀବନରେ
ନିସ୍ଵାର୍ଥ ଜୀବନ ଅଟଇ ତାଙ୍କର
ପୂଜିତ କବି ନାମରେ I
ସମାଜର ହିତ ସଂସ୍କାର ନିମିତ୍ତ
ମସିକୁ ଚାଳନା କରି
ସାହିତ୍ୟ କ୍ଷେତ୍ରକୁ ଅବଦାନ ତାଙ୍କ
ରହିଥାଏ ସ୍ମୃତି ପରି I
କବିର ରଚନା ସୁନ୍ଦର ଭାବନା
ଜୀବନେ ଆନନ୍ଦ ଭରେ
ସୃଜନଶୀଳତା ତାଙ୍କ ସଫଳତା
ବଞ୍ଚିରହେ ସବୁଠାରେ I
କବି ଆଙ୍କିପାରେ ନିର୍ଜୀଵ ମଧ୍ୟରେ
ସଜୀଵର ଆତ୍ମସତ୍ତା
ଭରିଦିଏ ପ୍ରେମ ସ୍ନେହର ମଲମ
ଲେଖି ସୁନ୍ଦର କବିତା l
ଘଟଣା କାହାଣୀ ସ୍ଥାନ କାଳ ପୁଣି
କବିଙ୍କ ଲେଖନୀ ମୁନେ
ଅତ୍ୟନ୍ତ ଜୀବନ୍ତ ରୂପେ ପ୍ରକାଶିତ
ହୋଇ ରହିଯାଏ ମନେ l
କବିର କଳ୍ପନା ସୁଦୂର ପ୍ରସାରୀ
ଉଦେଶ୍ୟ ମହତ ଥାଇ
କବିତାର ମୂଲ ଅମୂଲ୍ୟ ମୂଲ ଯେ
କେହି ଦେଇ ପାରେ ନାହିଁ l
କବିଙ୍କ ସମ୍ମାନ ଅନ୍ୟ ଠାରୁ ଭିନ୍ନ
ସବୁରି ଆଦର ପ୍ରିୟ
ସାହିତ୍ୟ ସାଧନା ଏକା ନିଶା ସିନା
ଜନମ ସାର୍ଥକ ପ୍ରାୟ l
ସ୍ନେହ ପ୍ରେମ ନିତି ଦୟା କ୍ଷମା ଶାନ୍ତି
ସଦଗୁଣ ଶିକ୍ଷା ମିଳେ
ଅମୃତ ସମାନ କବି ସୃଷ୍ଟି ମାନ
ବଞ୍ଚି ଅଛି କାଳେ କାଳେ l
କବି ପୂଜା ପାଏ କୋଣ ଅନୁକୋଣେ
ବିନା ଅର୍ଥ ପ୍ରଭାବରେ
କିଛି ଆଜି ଏଠି ମରି ବି ଅମର
ଇତିହାସ ଆଇନାରେ l
✍️ସରୋଜ ସାହୁ