କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା।
କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍ ଧାମରେ ରାସ ପୂର୍ଣ୍ଣିମା ପାଳିତ ହେବା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଅଛି । ପ୍ରଥମେ ଚଳିତ ବର୍ଷ ପାଇଁ ସର୍ବସମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ରାଧାକୁଞ୍ଜ ସାହି ସଭାପତି ଭାବେ କରୁଣାକର ମହାନ୍ତ,ଉପ ସଭପତି ଜିତେନ୍ କୁମାର ନନ୍ଦ, ସମ୍ପାଦକ ଭାବେ ବିଜୟ କୁମାର ମହାଳିକ, ସହ ସମ୍ପାଦକ ଭାଗିରଥି ବେହେରା, ଉପଦେଷ୍ଟା ଭାବେ ନିହାରକାନ୍ତ ରାଉତ, କୋଷାଧ୍ୟକ୍ଷ ଭାବେ ହୃଷୀକେଶ ସାହୁ ଓ କମିଟି ର କାର୍ଯ୍ୟକାରୀ ସଦସ୍ୟ ଭାବେ ଚିତ୍ତରଞ୍ଜନ ପଣ୍ଡା, ରମଣ କୁମାର ଦେହୁରୀ ,ରଶ୍ମି ରଞ୍ଜନ ପାତ୍ର, ଜଗମୋହନ ଦେହୁରୀ, ସୁମନ୍ତ କୁମାର ଜେନା, ସୂର୍ଯ୍ୟକାନ୍ତ ଦେହୁରୀ, ନରୋତ୍ତମ ବେହେରା, ନିଶିତ୍ କୁମାର ବେହେରା ଙ୍କୁ ଚୟନ କରାଯାଇଥିଲା।
ଏଥିରେ ରାଧାକୁଞ୍ଜ ସାହି ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହାପରେ ରାସ ପୂର୍ଣ୍ଣିମା ଉପରେ କମିଟି ର ସଭ୍ୟ ମାନେ ମତାମତ ଦେଇଥିଲେ ।ପୂଜା ରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ସହ ଏହାକୁ ଆକର୍ଷଣୟ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।