News
WhatsApp Image 2023-10-04 at 17.25.00
samparksetu

ମହିମା ଧର୍ମ ଚିନ୍ତନ

ମହିମା ମୟଙ୍କ  ଅନନ୍ତ ମହିମା
      ସେ ମହିମା କରି ଗାନ
ଅରୁପ ଅଚ୍ୟୁତ   ଅଲେଖରେ ଚିତ୍ତ
          ଅରୁ ପାନନ୍ଦଙ୍କୁ  ଧ୍ୟାନ।

ତେଜି ଗୃହ ଧର୍ମ   ବୁଲି ଗ୍ରାମ ଗ୍ରାମ
     ଭିକ୍ଷା ଅ ନ୍ନେ କାଟି ଦିନ
ବ୍ରହ୍ମ ଧୁନି ଥାପି  ଅଜପାଙ୍କୁ ଜପି
        ଅଲେଖ ପଦେ ଶରଣ।

ନିତି ଉଦେ ଅସ୍ତ  ଦରଶ ନେ ଚିତ୍ତ
      ରାତ୍ରୀରେ ନାହିଁ ଭୋଜନ
ଖରା ବର୍ଷା ଶୀତ  ସହି କାଳ କଷ୍ଟ
        ବାଞ୍ଛି ସକଳ କଲ୍ୟାଣ।

ବକ୍କଳ କୌପୀନ  ଶୋହେ ଅପଘନ
      ଜଟା ଶ୍ମଶ୍ରୁ ର  ଧାରଣ
ଅଳ ପେ ସନ୍ତୋଷ  ନଲୋଡି ବିଶେଷ
       ସଦା ବୈରାଗ୍ୟ ସାଧନ।

ଜଗତ କଲ୍ୟାଣ  ପାଇଁଝାଡ ଜାଳି
     ଅଖଣ୍ଡ ଧୂନି ସ୍ଥାପନ
ଚରଣ ବନ୍ଦଇ  ମହିମା ଗୋସାଇଁ
      ଅଲେଖ ପଦେ ଶରଣ।

   
✍️   ବସନ୍ତ କୁମାର ବରାଳ
         

new life
You might also like
error: Content is protected !!