News
WhatsApp Image 2023-10-04 at 17.25.00
samparksetu

ଗାଆଁ ରୁ ସହର ସାଜ ସଜା ନେଇ ଆସେ ମକର

ଆଲୋ ବଉଳ….
ଗାଆଁ ରୁ ସହର,
ସାଜ ସଜା ନେଇ ଆସେ ମକର 
ପାହାନ୍ତି କାକର
ହୁଏ ଲୋ ଉଜ୍ଜର
ସୂରୁଜ କିରଣ  ପୁଣି ବକର,
ନଟେଇ ର ଗୁଡ଼ି
ଚାହେଁ ଦି ଘଡି
ଖୁସି ରେ ନାଚେ ବଣ ବିଲ ପ୍ରାନ୍ତର

ସକାଳୁ ସକାଳୁ
ଗାଧେଇ ପାଧେଇ
ରାଶି ଲଗେଇବା ସାରା ଶରୀର ,
ଭଜା ନରିକେଳ
ଅରୁଆ ଚାଉଳ
ଗୁଡ଼ ମିଶା ଭୋଗେ ବାସେ ମନ୍ଦିର

ଚାଷୀ ର ଅମଳ
ଖୁସି  ର ଫସଲ
ପୁରି ଉଠେ ପଲ୍ଲୀ ଅଗଣା ଘର,
ଚଉରାଅଶୀ ଭୋଗ
ଶିରି କ୍ଷେତ୍ରେ ଯୋଗ
ନାଲି  ଉଠେ ହସେ କଳା ଠାକୁର

✍️ନାୟକ ଅକ୍ଷୟ ରାଜହସ୍ତୀ

new life
You might also like
error: Content is protected !!