ଜୀବନର ଚୋରା ଚଇତାଳି ପରି
ଅଦିନିଆ ସମୟ ଗୁଡ଼ିକ
ଚିତ୍କାର ପରେ ଚିତ୍କାର
କରି ଉଠେ ।
କେତେବେଳେ ମୁଠାଏ ଭାତ,
ବୁନ୍ଦାଏ ପାଣି, ଚିରୁଡ଼ାଏ କନା,
ଟିକିଏ ଶାନ୍ତି ପାଇଁ ।
ଉଛୁଳା ନଈ,
ସମୁଦ୍ରର ଜୁଆର-ଭଟ୍ଟା ପରି
ଅହରହ ଜୀବନ ।
କେବେ ଅଟକି ଯାଏନା,
କି ଥକି ବସିପଡ଼େନା,
କ’ଣ ବା ଅଛି
କେତେ ସମୟ ପାଇଁ !
ଏବେ ଦିନ
କିଛି ସମୟ ପରେ ରାତି ।
ତଥାପି ଇଛାହୁଏ
ଏ ଦିନକୁ ବାନ୍ଧି ରଖିବାକୁ
ଆୟତ୍ତ କରିବାକୁ ।
କ’ଣ ପାଏ-ହରାଏ ଜାଣିନି,
ତଥାପି ଖୋଜିଚାଲିଛି
ଆକାଶର ସମାପ୍ତକୁ ।
✍️ ଯଶସ୍ୱିନୀ ସାହୁ ,ଖୋର୍ଦ୍ଧା