ସମ୍ଭାଳ ସମ୍ଭାଳ ନିଜକୁ ସମ୍ଭାଳ
ହୁଅ କାହିଁ ଏତେ ଉଚ୍ଛୁଳ,
ଯୌବନ ତୁମର ଉଜୁଡ଼ି ଯିବ ଲୋ
ଏତେ ହୁଅ କାହିଁ ଅସମ୍ଭାଳ।
ମୁଁହରେ ତୁମର ଭଦ୍ରାମିର ଚିତ୍ର
ତୁଣ୍ଡରେ ପ୍ରଭୁଙ୍କ ନାମ,
ଭଦ୍ର ମୁଖା ପିନ୍ଧି ଏକି କଲ ତୁମେ
ହେଇଗଲ ବଦନାମ ।
ଆହା କି ସୁନ୍ଦର ତୁମରି ଗାରିମା
ଭୁଲି ନାହୁଁ ଆମେ କେହି,
ଭୁଲି କି ପାରିବୁ ତୁମ ଲୀଳା ଖେଳା
ଏମିତି ଅଭଦ୍ର ତୁହି।
ଭଦ୍ର ମୁଖା ତଳେ ଅଭଦ୍ରାମି କାମ
ଜଳ ଜଳ ହୋଇ ଦିଶୁଛି,
ସତ କେବେ ଲୁଚି ରହେ ନାହିଁ ବୋଲି
ଆଜି ମୁଖା ଖୋଲି ଯାଇଛି ।
ଆହା ଚମତ୍କାର ପ୍ରଦର୍ଶନ ତୁମ
ମିଛ ସ୍ନେହ ପ୍ରେମ ଆଦର,
ନିଜେ ଫସିଗଲ ନିଜ ଜାଲରେ
ଫାଟି ଗଲା ସବୁ ଫସର ।
କଲମ ମୋହର ଭୁଲ୍ ଭାଲ ହୁଏ
ରାଗରେ ଜଳୁଛି ମୁନ,
ଲେଖିବା ପାଇଁ ତୀବ୍ର ହେଉଅଛି
ହେଉ ପଛେ ରାତି ଦିନ।
ଏତିକି ଯଥେଷ୍ଟ ତୁମ ପାଇଁ ହେଉ
ଅଯଥା ଲେଖିବି କାହିଁ,
କାଲା କି ବୁଝିବ ସାତ ସୁର କଥା
ତବଲା ବାଜିବା ପାଇଁ।
✍️ସୁବ୍ରତ ସେଠୀ