News
WhatsApp Image 2023-10-04 at 17.25.00
samparksetu

କିଏସେ ଦେବ ଉତ୍ତର

ଶୋଇଗଲା ପରେ
ସାରା ଦୁନିଆଁ ଟା
ଚେଇଁ ଉଠେ ମୋର ଆଖି
ଖୋଜି ବୁଲେ ସେଇ
ବିଗତ ଦିନକୁ,
ଯାହା
ରହିଯାଇଥିଲା ବାକି  l

ବହଳ ନିଦରେ
ଶୋଇଗଲା ପରେ
ସପନେ ଆସୁ ତୁ ନିତି
ଅଭିମାନଭରା,
ତୋ
ଅବୁଝା ଚେହେରା
ମନେ ଆଣେ ସଦା ଭୀତି l

ନୀରବ ନିଶିଥେ
ହୃଦୟ ଲହଡ଼ି
କୂଳ ଯେବେ ଲଂଘି ଯାଏ
ମନ ମରୁଭୂମି
ବାଲି ଝଡ଼ ପ୍ରାୟେ
ଅତଡ଼ା ଯେ ଖସୁ ଥାଏ  l

ଜହ୍ନ କାନ୍ଦୁଥାଏ
ଉଆଁସୀ ରାତିରେ
ଜୋଛନା ହଜେଇ ଦେଇ
ପ୍ରେମିକ ସଜେଇ
ପ୍ରତାରଣା ଦେଇ
ଖୁସିରେ ଗଲୁ ତୁ ରହି l

ମନ ପକ୍ଷୀ ଟା ମୋ
ଗୁମୁରି କାନ୍ଦଇ,
ତୋ ଫେରା ବାଟକୁ ଚାହିଁ
ସ୍ପନ୍ଦନ ରେ ଆସୁ
ହୃଦୟରେ ବସୁ
ନୂଆ ଅନୁଭବ ଦେଇ l

ପାଣିର ଗାର ତୋ
ପ୍ରତିଶୃତି ଥିଲା
ଅଦିନିଆ ବାଆ ପରି
ହୋମ ପାଉଁଶ ରେ
ସମାଧିସ୍ତ ଦେଇ,
ମତେ
ଜିଅନ୍ତା ଦେଲୁ ତୁ ମାରି l

ମୋ ଘର ରାସ୍ତା
ତୋ ପାଖେ ଛିଡ଼ିଛି
ସବୁ ଆଡ଼େ ଶୂନ୍ୟ ଏବେ
କେଉଁଠି ଖୋଜିବି
କୁଆଡ଼େ ମୁଁ ଯିବି
ଉତ୍ତର ପାଇବି କେବେ l

✍️ସ୍ମୃତିସରିତା

new life
You might also like
error: Content is protected !!