News
WhatsApp Image 2023-10-04 at 17.25.00
samparksetu

କ୍ଷୋଭ


ଧନ୍ୟ ତୁ ବିଧାତା ସୃଷ୍ଟି କଲୁ ତୁହି ନାରୀ
ସତେ ତୋ ତୂଳୀରୁ ସବୁ ରଙ୍ଗ
ସରିବା ଯାଏଁ,
ଗୁଣ ସାଥେ ଯନ୍ତ୍ରଣା, କଷ୍ଟକୁ ବି ଦେଲୁ
ଆଙ୍କି ତା ଭାଗ୍ୟେ ଖାଲି ଉଚ୍ଚ
ଆସନ ଦେଇ ଯାହା ।

ହୁଏତ ତୁ ଭାବିଥିଲୁ କରିବ ସମ୍ମାନ
ଦୁନିଆ ତା ଦୁଃଖ, କଷ୍ଟକୁ
ଲାଘବ କରି,
କିନ୍ତୁ ଦେଖେରେ ବିଧାତା ତୋ ଦାନ
କିପରି କଷଣ ସାଜିଛି
ନିର୍ଯାତିତ ଆଜି ନାରୀ । 

ସମ୍ମାନ ତ ଦୂରେ ଧର୍ଷଣ ଶିକାର ହୁଏ
ପୁଣି ଶୋଷଣ ହୁଏ ସେ
ଯୌତୁକ ପାଇଁ,
କାହିଁକି ବିଧାତା କେଉଁ କାରଣେ ଏତେ ଯନ୍ତ୍ରଣା ଲେଖିଲୁ
ତା କପାଳେ ସତେ ତୁହି?
ଶେଷ ସମୟରେ ମିଳେନାହିଁ ଦାନା
ପେଟକାଟି ଜନ୍ମ ଦେଇଥିଲା
ଅନ୍ନ ଦେଇଥିଲା ତୁଣ୍ଡେ ତାର,
ସେ ସନ୍ତାନ ପାଇଁ ଭିକ୍ଷା ମାଗେ ନାରୀ
ଏଥିପାଇଁ କରିଥିଲୁ ସୃଷ୍ଟି
ତୁ ନାରୀ କିରେ? 

ସବୁକିଛି ଢ଼ାଳି ଦେଲୁ ନାରୀ ଛବିରେ
ସର୍ବଂସହା ନାମ ଦେଇ
ତାକୁ ଖାଲି,
ସେ ଆଶୀର୍ବାଦ ସତେ ଅଭିଶାପ
ପାଲଟି ଗଲା କଣ୍ଟା ସାଜି
ଫୁଟେ ତା ପାଦେ ଖାଲି!

କାହିଁକି କରେନି ଏ ଦୁନିଆ ତା ସମ୍ମାନ
ଯଦି ତୁ ଦେଇଥିଲୁ ନାରୀକୁ
ଏ ସମ୍ମାନ , ଉଚ୍ଚ ସ୍ଥାନ,
କ୍ଷୋଭ ଉଠେ ଏହି ଛୋଟିଆ ମନରେ
ବିଧାତା ତୋ ଠାରେ ହୁଏ ରୋଷ
ତେଣୁ ସୃଷ୍ଟି ମୋର ଏ ପ୍ରଶ୍ନ!

ପାରିବୁକି ତୁ ଦେଇ ଉତ୍ତର ଲିଭେଇ
ଦେଇ ମୋର ଯେତେ
କ୍ଷୋଭ ଆଉ ଅଭିମାନ,
କୋଟି କୋଟି ପ୍ରଣାମ, ଧନ୍ୟବାଦ
ଦେଇ ପୂଜିବି ତୋ ପୟର କରିଦେ
ମୋ କ୍ଷୋଭର ସମାଧାନ !

   ✍️ସୁଶ୍ରୀ ସଙ୍ଗୀତା ସେଠୀ
               

new life
You might also like
error: Content is protected !!