News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା

ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି ।ଅନେକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନଥିବା ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ , ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ପଞ୍ଚାୟତ ଅନ୍ତର୍ଗତ ଜରଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ,ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଅଛନ୍ତି ସେମାନେ ଠିକ ସମୟରେ ବିଦ୍ୟାଳୟକୁ ଆସୁ ନଥିବା ସହିତ ଅଧିକାଂଶ ସମୟ ଛୁଟିରେ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ପୂର୍ଵରୁ ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ।

ତେବେ ଅଭିଯୋଗ କଲାପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ବିଦ୍ୟାଳୟ ସମ୍ମୁଖରେ ଗ୍ରାମ ସଭାପତି ଗଣେଶ୍ୱର ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମୂହ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।ସେମାନଙ୍କ ଅଭିଯୋଗ ବିଦ୍ୟାଳୟରେ ୧ ରୁ ୭ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏଠି ୧୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢ଼ାଉଥିବା କାରଣରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି ।

ସରକାରଙ୍କ ନିୟମ ଅନୁସାରେ ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ ପାଇଁ ଜଣେ ଶିକ୍ଷକ ନିଯୁକ୍ତି କରିବା ନିୟମ ଥିବା ବେଳେ ଏଠି ୫ ଜଣ ଶିକ୍ଷକଙ୍କ ଜାଗାରେ ୩ ଜଣ ଶିକ୍ଷକ ପାଠ ପଢାଉଛନ୍ତି ।ବିଦ୍ୟାଳୟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୨ ଟି ଶ୍ରେଣୀ ଗୃହ ମଧ୍ୟରୁ ଛାତ ଫାଟି ଆଁ ଥିଲା ବେଳେ ବିପଦପୂର୍ଣ ଭାବେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ ରୁ ୭ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ଗୋଟିଏ ଭଙ୍ଗା ଟାଇଲ ଘରେ ଏହି ୨ ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ବିଦ୍ୟାଳୟରେ ଦିଆ ଯାଉଥିବା ମଧ୍ୟାନ ଭୋଜନ ନିମ୍ନ ମାନର ଖାଦ୍ୟ ଉପଯୋଗୀ ହେଉନଥିବା ଅଭିଯୋଗ ହେଉଛି। ଯେଉଁ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ ।ବିଦ୍ୟାଳୟରେ ଗଠନ ହେଇଥିବା ପରିଚାଳନା କମିଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି ବିଷୟରେ ଅବଗତ କରୁ ନାହାନ୍ତି ।ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧ ବର୍ଷ ହେଲାଣି ଜଣେ ନିଯୁକ୍ତି ଥିବା ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ପରେ ବିଦ୍ୟାଳୟରେ ପାଠ ପଢା ଠପ ହୋଇଛି ।ଏହି ସମସ୍ତ ଅଭିଯୋଗ ନେଇ ବିଦ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ଅଭିଭାବକ ଓ ଗ୍ରାମବାସୀ ।ଖବର ପାଇ ମହାବିରୋଡ଼ ଥାନା ଅଧିକାରୀ ଅନାଦି ପଟାୟତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏ ସଂକ୍ରାନ୍ତରେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ସାଗର ଟୁଡୁ କହିଛନ୍ତି ଆପଣଙ୍କ ଠାରୁ ଖବର ପାଇଲି ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।ବିଦ୍ୟାଳୟର ଯାହା କିଛି ସମସ୍ୟା ଅଛି ଏଥିପ୍ରତି ଶିକ୍ଷା ବିଭାଗ ଗୁରୁତ୍ୱ ସହ ନେଇ ସମାଧାନ କରିଯିବ ବୋଲି ଶ୍ରୀ ଟୁଡୁ କହିଛନ୍ତି।ଜରଡା ଗ୍ରାମ ସଭାପତି ଶ୍ରୀ ସାହୁ କହିଛନ୍ତି ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରାନଗଲେ ଆସନ୍ତାକାଲି ଠାରୁ ଧାରଣରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!