News
WhatsApp Image 2023-10-04 at 17.25.00
samparksetu

ଟକ୍ର ଧକ୍କାରେ ମହିଳା ମତୃ ,ଅଞ୍ଚଳରେ ଉତ୍ତେଜନା

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟି ଠାରେ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନରେ ସମ୍ପର୍କୀୟ ସହ ବାଇକ୍‌ରେ ବସି ଢେଙ୍କାନାଳ ଆସୁଥିଲେ । ଗହମଖୁଣ୍ଟି ଠାରେ ତାଙ୍କୁ ଏକ କ୍ରୋମାଇଟ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା , ଘଟଣା ସ୍ଥଳରେ ବାଇକ୍‌ରୁ ଛିଟିକି ପଡି ଇନ୍ଦିରା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ କାବୁ କରିଥିଲେ । ଏଥିସହ କ୍ଷତିପୂରଣ ଦାବିରେ ଗହମଖୁଣ୍ଟି -ଶ୍ୟାମାଚରଣପୁର ରାସ୍ତାକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିଲା । ଖବର ପାଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିସ୍‌, ସ୍ଥାନୀୟ ତହସିଲ୍‌ଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତାଙ୍କୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଗୋବିନ୍ଦପୁର ଫାଣ୍ଡି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ତଦନ୍ତ ଚଳାଇଛି ।

new life
You might also like
error: Content is protected !!