News
WhatsApp Image 2023-10-04 at 17.25.00
samparksetu

ବିଧବା ସରଗକୁ ଭତ୍ତା ଓ ଘର ମିଳିବ କେବେ!

ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଚିଲତଏଳା ଗ୍ରାମର ଜନୈକା ବିଧବା ମହିଳାଙ୍କୁ ବିଧବା ଭତ୍ତା ଏବଂ ଆବାସ ଯୋଜନାରେ ଘର ପାଇଁ ଦାବି ହୋଇଛି । ଗ୍ରାମର ଲୋକନାଥ ବାଣ୍ଠ ଗତ ୨୦୨୦ ମସିହାରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ବିଧବା ପତ୍ନୀ ସରଗ ବାଣ୍ଠ ବହୁ ଦୁଃଖ କଷ୍ଟରେ ରହୁଛନ୍ତି ।

ଗରିବ ମହିଳା ଜଣଙ୍କର ୪ ପୁଅ ବିବାହ କରି ମୂଲ ଲାଗି ଚଳୁଥିବା ବେଳେ ଝିଅଟି ବିବାହ କରି ଶାଶୁ ଘରେ । ଗରିବ ସରଗ ମାଟି ଚାଳ ଏବଂ ବରଡା ଛପର ଘରେ ରହୁଥିବା ବେଳେ ଘର ଖଣ୍ଡେ ପାଇଁ ସେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକରେ ବି ନିବେଦନ କରିଥିଲେ । କିନ୍ତି ଘର ମିଳିବା ତ ଦୂରର କଥା ଦୁଇବର୍ଷ ହେବ ସ୍ୱାମୀ ଚାଲିଯାଇ ଥିଲେ ମଧ୍ୟ ବିଧବା ଭତ୍ତ। ବି ମିଳିନାହିଁ ।

ସରକାର ମହିଳା ମାନଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ
ବିଧବା ମହିଳାଙ୍କ ପାଇଁ ଘର ଏବଂ ଭତ୍ତା ସାତ ସପନ ପାଲଟିଛି । ଗରିବ ସରଗକୁ ଘର ଏବଂ ଭତ୍ତା ଯୋଗାଇ ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!