News
WhatsApp Image 2023-10-04 at 17.25.00
samparksetu

ମହା ଆଡ଼ମ୍ବରରେ ଚାଲିଛି ମା କ୍ଷେତ୍ରପାଳିନୀ ଙ୍କ ପୂଜା ବିଧି

ଆରମ୍ଭ ହୋଇଯାଇଛି ପାର୍ବଣ ର ଋତୁ । ଧରାବତରଣ କରିସାରିଛନ୍ତି ମା ଦୁର୍ଗା । କୁହାଯାଏ ଯେ ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ଜୟ ପାଇଁ ମାଆ ଧରାପୃଷ୍ଠକୁ ଓହ୍ଲାଇ ଆସି ଥାଆନ୍ତି ।

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ଗ୍ରାମଦେବତୀଙ୍କ ପୂଜାବିଧି ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଗଣ୍ଡାନାଳୀ ଗ୍ରାମବାସୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି ।

ଆଶ୍ୱିନ ମାସର ମୃଣ୍ମୟୀ ମହାଷ୍ଟମୀ ପୂଜା, ମୃଣ୍ମୟୀ ମହାନବମୀ ଓ ବିଜୟା ଦଶମୀ ମା ଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ। ଆଶ୍ୱିନ ମାସର ମହାଷ୍ଟମୀ ପୂଜା ଦିନ ଭକ୍ତମାନେ ମା କ୍ଷେତ୍ରପାଳିନୀଙ୍କ ପୀଠରେ ଅଷ୍ଟମୀ ବ୍ରତ ପାଳନ କରିଥାଆନ୍ତି ଆଉ ମହାଷ୍ଟମୀ ଓ ମହାନବମୀ ଉଭୟ ଦିନ ଷୋଳଶ ପୂଜାବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ।

ମହା ନବମୀ ଦିନ ନାମ ସଂକୀର୍ତ୍ତନ ଓ ଝାମତାଳ ମଧ୍ୟ ହୋଇଥାଏ, ଏତଦ୍ ବ୍ୟତୀତ ରାତିରେ ପୁର୍ଣ୍ଣ ଆହୁତି ହବା ସ‌ହ ଶହ ଶହ ସଂଖ୍ୟାରେ ଜନ ସମାଗମ ହେଉଥିବା ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ବିଜୟା ଦଶମୀ ଦିନ ଭକ୍ତମାନେ ବିଜୟା ଦଶମୀ ପାଳନ କରିବା ସହ ଗାଡ଼ି ମଧ୍ୟ ପୂଜା କରିଥାଆନ୍ତି। ଏହି ତିନି ଦିନ ଧରି ଭକ୍ତମାନେ ମା କ୍ଷେତ୍ରପାଳିନୀଙ୍କ ଦର୍ଶନ କରି ବିଭୁ କୃପା ଲାଭ କରିବା ସହ ନାମ ସଂକୀର୍ତ୍ତନର ଆନନ୍ଦ ମଧ୍ୟ ନେଇଥାଆନ୍ତି।

new life
You might also like
error: Content is protected !!