News
WhatsApp Image 2023-10-04 at 17.25.00
samparksetu

ପୂଜା ଚାନ୍ଦା ୫ ଲକ୍ଷ ଦାବି, ଥାନାରେ ମାମଲା

ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ ରହିଥିଲା । ଚାନ୍ଦା ମାଗିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଥିଲେ । ମାତ୍ର ଏହାକୁ କେତେକ ଯୁବକ ସଂଘ ନମାନି ସଂଧ୍ୟା ହେଲାମାତ୍ରେ ଘର, ବଜାର ବୁଲି ଚାନ୍ଦା ମାଗୁଛନ୍ତି ।

ଢେଙ୍କାନାଳ ସହର ଗୁଡିଆନାଳୀ ଭାଗିରଥୀ ସାଗର ଠାରେ ଥିବା ଭାଗୀରଥି ଯୁବକ ସଂଘ ନାମରେ ସାଂଘାତିକ ଅଭିଯୋଗ ଆସିଛି । ଗଣେଶ ପୂଜା ଚାନ୍ଦା ବାହାନାରେ ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବି କରାଯାଇଛି । ସୂଚନା ମୁତାବକ, ଟାଉନ୍ ଥାନା ଅନ୍ତର୍ଗତ ଭାଗିରଥୀ ସାଗର ଅଞ୍ଚଳରେ ସୌମ୍ୟକାନ୍ତ ଶତପଥୀ ଓ ତାଙ୍କ ଭଉଣୀ ଘର କରୁଛନ୍ତି । ଭାଗିରଥୀ ଯୁବକ ସଂଘର କେତେକ ଯୁବକ ତାଙ୍କ ଘରକୁ ଯାଇ ଘର କରୁଛ, କ୍ଲବ୍ ଘର, ମନ୍ଦିର ଓ ଗଣେଶ ପୂଜା ପାଇଁ ଆମକୁ ୫ ଲକ୍ଷ ଟଙ୍କା ଦିଅ ବୋଲି ଚାନ୍ଦା ମାଗିଥିଲେ ।

ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ଏଠାରେ ଆମେ ଘର କରାଇ ଦେବୁନାହିଁ କହି ବିଭିନ୍ନ ଧମକଚମକ ଦେଇଥିଲେ । ଏପରିକି ବାରମ୍ବାର ତାଙ୍କ ଘରକୁ ଯାଇ ଚେତାବନୀ ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ସୌମ୍ୟକାନ୍ତ ଶତପଥୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ତାଙ୍କ ଅଭିଯୋଗକୁ ଭିତ୍ତି କରି ଭାଗିରଥୀ କ୍ଲବ୍ର ରଞ୍ଜିତ କୁମାର ସେନାପତିଙ୍କ ସମେତ ୫ ଜଣ ଯୁବକଙ୍କ ନାମରେ ମାମଲା ରୁଜୁ କରିଛି । ଟାଉନ୍ ଥାନା କେସ୍ ନଂ. ୬୧୩/୨୩ରେ ପୁଲିସ୍ ଏକ ମାମଲା ରୁଜୁ କରିଛି । ତେବେ ଟାଉନ୍ ପୁଲିସ୍ ଘଟଣାକୁ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରୁଛି । ଜିଲ୍ଲା ପୁଲିସ୍ ମୁଖିଆ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିବା ବେଳେ ଟାଉନ୍ ଥାନା ପୁଲିସର ଏଭଳି ହୀନ ଉଦ୍ୟମ ଚାନ୍ଦା ଆଦାୟକାରୀଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ।

new life
You might also like
error: Content is protected !!