News
WhatsApp Image 2023-10-04 at 17.25.00
samparksetu

ଖରିଫ ଧାନ ପଞ୍ଜିକରଣ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡି ପାଇଁ ପଞ୍ଜିକରଣ ହୋଇ ନଥିବାରୁ ଚାଷୀ ମାନେ ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗେଙ୍ଗୁଟିଆ ପଞ୍ଚାୟତରେ ଥିବା ୫ଶହରୁ ଅଧିକ ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ୨୦୨୩- ୨୪ ଖରିଫ ଧାନ ମଣ୍ଡି ପାଇଁ ପଞ୍ଜିକରଣ କରା ଯାଇନହିଁ ।

ସରକାରଙ୍କ ନିୟମ ଅନୁସାରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ ସେବା ସମବାୟ ସମିତି କିମ୍ବା ଗତ ବର୍ଷ ପଞ୍ଜିକରଣ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ପଞ୍ଜିକରଣ କରୁନାହିଁ। ସେମାନେ ପଞ୍ଜିକରଣ କରିବାକୁ ମନା କରିଦେଉଥିବା ବେଳେ ଚାଷୀ ମାନେ ଖରିଫ ଧାନ ବିକ୍ରୀ କରିବାକୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି । ଏ ଦିଗରେ ପଦକ୍ଷେପ ନେବା ସହିତ ତୁରନ୍ତ ପଞ୍ଚାୟତରେ ଥିବା ଚାଷୀ ମାନଙ୍କ ସୁବିଧା ପାଇଁ ଧାନ ପଞ୍ଜିକରଣ ବ୍ୟବସ୍ଥ କରିବାକୁ ଦାବି କରାଯାଇଛି ।

new life
You might also like
error: Content is protected !!