News
WhatsApp Image 2023-10-04 at 17.25.00
samparksetu

ଶିଶୁ ଦିବସରେ ଶିକ୍ଷତ୍ରୀଙ୍କୁ କାନ ଧରି ତଡିଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷତ୍ରୀ ଅନୁରୋଧ କରିବାକୁ ଯାଇଥିଲେ, କିନ୍ତୁ ଅପମାନିତ ହେବା ସହ କାନମୋଡା ଖାଇ ଫେରିଲେ । ଢେଙ୍କାନାଳ ଜିଲ୍ଲାର ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ ସୌଦାମିନୀ ଦେହୁରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ସୌଦାମିନୀ ଦେହୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଉପଜିଲ୍ଲାପାଳ ଙ୍କୁ ସମସ୍ତ ଘଟଣା କହିଛନ୍ତି ।

ସୂଚନା ଅନୁଯାୟୀ , ସୌଦାମିନୀ ଦେହୁରୀ ସ୍କୁଲକୁ ଯାଇଥିଲେ ତାଙ୍କ ଜିପିଏଫ ଟଙ୍କା ଉଠାଇବା ପାଇଁ । ତେଣୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦସ୍ତଖତ କରିବାକୁ ନିବେଦନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ ଏହି ସମୟରେ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିଲେ । ସେହି ସମୟରେ ସୌଦାମିନୀ ଦସ୍ତଖତ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ସର୍ବସମ୍ମୁଖରେ ଗାଳି ଗୁଲଜ କରିବା ସହିତ କାନମୋଡି ଦେଇଥିବା ଅଭିଯୋଗ ହୋଇଛି । ଏମିତିକି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ପରିସରରୁ ତାଙ୍କୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସୌଦାମିନୀ ଦେହୁରୀ ଏବେ ଛୁଟିରେ ଅଛନ୍ତି ତେଣୁ ଦସ୍ତଖତ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ରାଜି ହୋଇନଥିବା ସୂଚନା ମିଳିଛି ।

ସଂପୃକ୍ତ ଶିକ୍ଷୟିତ୍ରୀ ୨୦୧୫ରେ ରାଜ୍ୟପାଳ ପୁରସ୍କାର ପାଇଥିଲେ । ସେ ଏବେ ୪ମାସ ହେବ ସୁଲକ୍ଷଣ। ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଛନ୍ତି ।ଯୋଗ ଦେବା ଦିନରୁ ତାଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିବାର ସେ ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ରେ ମଧ୍ୟାହ୍ନ ଭୋଜନ ଦାୟିତ୍ବ ସେ ନେଇଥିଲେ , ସେଥିରେ ହୋଇଥିବା ଖର୍ଚ୍ଚ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଦେଉ ନାହାନ୍ତି । ତାଙ୍କ ଝିଅ ମୁମ୍ବାଇ ଯିବାକୁ ଥିବାରୁ ତାଙ୍କର ଅର୍ଥ ଆବଶ୍ୟକ , ତେଣୁ ସେ ଜିପୁଏଫ ଟଙ୍କା ଉଠାଇବାକୁ ସ୍କୁଲ ଆସିଥିଲେ ।

new life
You might also like
error: Content is protected !!