News
WhatsApp Image 2023-10-04 at 17.25.00
samparksetu

ଜିଏମ ଆଇରନ କାରଖାନାର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ପରଜଙ୍ଗ ଥାନା ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନା ର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ମାମୁଁ ଓ ବଡ ଭାଇ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗ୍ରାମର କବି ଦେହୁରୀ ଙ୍କ ସାନ ପୁଅ ପୁଷ୍ପକ ପପୁ ଦେହୁରୀ (୩୩) ।

ସୂଚନା ମୁତାବକ , ପପୁ ଦେହୁରୀ ଗୁରୁବାର ଦିନ କାରଖାନା ପରିସରରୁ ବାହାରି ଚାଲିଚାଲି ଜାତୀୟ ରାଜପଥ ଆଡ଼କୁ ଆସୁଥିବା ବେଳେ ନିଜକୁ ଅସୁସ୍ଥ ମନେକରି ସେହି ରାସ୍ତା ଦେଇ ଯାଉଥିବା ଏକ ଜୈନିକ ବ୍ୟକ୍ତି ଅଟକାଇଥିଲେ। ଜୈନିକ ବ୍ୟକ୍ତି ଜଣଙ୍କ ତାଙ୍କୁ ତାଙ୍କୁ ନେଇ ପାଖରେ ଥିବା କେନାଲ ପାର୍ଶ୍ଵ ଥିବା ଏକ ଦୋକାନ ରେ ଛାଡିଥିଲେ। ତାଙ୍କ ଦେହ ଗୁରୁତର ଅବସ୍ଥାରେ ଥିବା ଜାଣିପାରି ସ୍ଥାନୀୟ କିଛି ଯୁବକ ଦଦରାଘାଟି ଫାଣ୍ଡି ଅଧିକାରୀଙ୍କୁ ଅବଗତ କରାଇଥିଲେ। ସଙ୍ଗେ ସଙ୍ଗେ ଫାଣ୍ଡି ଅଧିକାରୀ ଶକ୍ତି ପ୍ରସାଦ ସାହୁ ବାଇକ ଯୋଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ କାମ କରୁଥିବା ଜାଣିପାରି କମ୍ପାନୀ ଅଧିକାରୀ ଙ୍କୁ ଅବଗତ କରାଇଥିଲେ।

ଅବଗତ କରାଇବାର ପ୍ରାୟ ଅଧାଘଣ୍ଟା ପରେ ଦୁଇ ଜଣ କର୍ମଚାରୀ ପହଞ୍ଚି ଗୁରୁତର ଥିବା ବ୍ୟକ୍ତିଙ୍କୁ ଫାଣ୍ଡି ଅଧିକାରୀଙ୍କ ମିଳିତରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଡାକ୍ତର ମୃତ ଘୋଷଣା କରିବା ପରେ ଆସିଥିବା କମ୍ପାନୀର ତଳ କର୍ମଚାରୀ ଶବ ଛାଡି ପଳାଇଥିଲେ।ତେବେ ଏ ନେଇ ମୃତ ପରିବାରଙ୍କ ସନ୍ଦେହ ଦୃଢ଼ିଭୁତ ହୋଇଥିବା କହିଛନ୍ତି |ତେବେ ପୋଲିସ ଏ ନେଇ ମୃତକଙ୍କ ଅଭିଯୋଗ ଆଧାର ରେ କେଶ ରୁଜୁ କରି, ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି |

new life
You might also like
error: Content is protected !!